ଭୁବନେଶ୍ୱର, 12 ଜୁଲାଇ (ହି.ସ.) ଓଡ଼ିଆ
ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା
ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ସାରସ୍ୱତ ସାଧିକା ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମ ଶତବାର୍ଷିକୀ
କାର୍ଯ୍ୟକ୍ରମର ଆୟୋଜନ କରାଯିବ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ
ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି
ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ପ୍ରମୁଖ ଉକ୍ତ
କାର୍ଯ୍ୟକ୍ରମରେ ଯୋଗଦେବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ