ବରଡା ବାଲୁଙ୍କେଶ୍ଵର ହାଇସ୍କୁଲ, ରେଡରିବନ କ୍ଲବ ପକ୍ଷରୁ ଏଡ୍ସ ସତେଚନତା
AIDS Awerness program in Barada Balunkeswar Highschool
ଫୋଟ


କନ୍ଧମାଳ , ୧୩ ଜୁଲାଇ (ହି.ସ.) କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଲାଇନପଡ଼ା ପିଏମଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଲାଇନପଡ଼ା ଠାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀଙ୍କ ସଭାପତିତ୍ୱ ରେ ବିଦ୍ୟାଳୟର ରେଡ ରିବନ କ୍ଲବ୍ ତରଫରୁ ଏଡ୍ସ ସତେଚନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବିଦ୍ୟାଳୟର ଗଣିତ ଶିକ୍ଷକ ତଥା ଜେ ଆର୍ ସି କାଉନସିଲର୍ ଦାୟିତ୍ଵ ଗ୍ରହଣ କରିଥିବା ସୁଶୀଲ କୁମାର ପାରାସେଠ ଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟ ସ୍ତରୀୟ ଏଡ୍ସ ସତେଚନତା କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବିଦ୍ୟାଳୟର ପଞ୍ଚସଖା ଶିକ୍ଷାସେତୁ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ବେହେରା ଯୋଗ ଦେଇ ଛାତ୍ର -ଛାତ୍ରୀଙ୍କ ଦ୍ୱାରା ଏଡ୍ସ ସତେଚନତା ଉପରେ ପ୍ରବନ୍ଧ ଲିଖନ, ବକ୍ତୃତା, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା ମାନ କରାଯାଇଥିଲା। ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ ଉପସ୍ଥିତ ଛାତ୍ର-ଛାତ୍ରୀ ଙ୍କୁ ବିଶେଷ ଉପଦେଶାତ୍ମକ ବାର୍ତ୍ତା ପହଁଞ୍ଚାଇଥିଲେ। ଏହି କାର୍ଯ୍ୟକ୍ରମ ଉପରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିକ୍ରମ ବିହାରୀ ବେହେରା,ବରିଷ୍ଠ ଶିକ୍ଷିକା ଶ୍ରୀମତୀ ମାନିନୀ ପ୍ରଧାନ, ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀ ନାରାୟଣ ପୁରୋହିତ, ସଂସ୍କୃତ ଶିକ୍ଷିକା ଶ୍ରୀମତୀ ବାସନ୍ତୀ ପ୍ରଧାନ ଓ କ୍ରୀଡ଼ା ଶିକ୍ଷକ ସୁଶୀଲ କୁମାର କହଁର ଉକ୍ତ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ପରେ ପରେ ପ୍ରତଯୋଗି କୃତୀ ଛାତ୍ର-ଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

ପ୍ରବନ୍ଧ ଲିଖନରେ ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ନାୟକ ପ୍ରଥମ, ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସିଲି ଡାକୁଆ ଦ୍ୱିତୀୟ ଓ ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ କାବେରୀ ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ସାଧାରଣ ଜ୍ଞାନ ରେ ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ନାୟକ ପ୍ରଥମ, ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସିଲି ଡାକୁଆ ଦ୍ୱିତୀୟ ଓ ଦଶମ ଶ୍ରେଣୀ ର ଛାତ୍ରୀ ସୁଶ୍ରୀ ଶ୍ରାବଣୀ ନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ବକ୍ତୃତା ପ୍ରତିଯୋଗିତା ରେ ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଅଞ୍ଜନା ଦାଶ ପ୍ରଥମ, ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଆକାଂକ୍ଷା ଜାନୀ ଦ୍ୱିତୀୟ ଓ ନବମ ଶ୍ରେଣୀର ଛାତ୍ର ଶ୍ରୀମାନ ପ୍ରିୟାଂଶୁ ଡାକୁଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କାର୍ଯ୍ୟକ୍ରମକୁ ଶ୍ରୀ ଲକ୍ଷ୍ମୀ ନାରାୟଣ ପୁରୋହିତ ପରିଚାଳନା କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande