ଧୁମ୍ ଧାମରେ ପାଳନ ହେବ ଓଡ଼ିଶା ଅମଲା ସଂଘ ର ପ୍ରତିଷ୍ଠା ଦିବସ ଉତ୍ସବ
ଜୟପୁର, ୧୩ ଜୁଲାଇ (ହି.ସ.) - ଓଡ଼ିଶା ଅମଲା ସଂଘ ର ଏକ ପ୍ରସ୍ତୁତି ବୈଠକ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀ ଭୂଷଣ ଦାସ ଙ୍କ ଆହ୍ୱାନ କ୍ରମେ ଓଡ଼ିଶା ଅମଲା ସଂଘ ର କର୍ମକର୍ତା ଓ ସଦସ୍ୟ ମାନେ ଯ
ଧୁମ୍ ଧାମରେ ପାଳନ ହେବ ଓଡ଼ିଶା ଅମଲା ସଂଘ ର ପ୍ରତିଷ୍ଠା ଦିବସ ଉତ୍ସବ


ଜୟପୁର, ୧୩ ଜୁଲାଇ (ହି.ସ.) - ଓଡ଼ିଶା ଅମଲା ସଂଘ ର ଏକ ପ୍ରସ୍ତୁତି ବୈଠକ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀ ଭୂଷଣ ଦାସ ଙ୍କ ଆହ୍ୱାନ କ୍ରମେ ଓଡ଼ିଶା ଅମଲା ସଂଘ ର କର୍ମକର୍ତା ଓ ସଦସ୍ୟ ମାନେ ଯୋଗଦାନ କରିଥିଲେ । ଆସନ୍ତା ତା ୨୦.୦୭. ୨୦୨୫ ରିଖ ଦିନ ସଙ୍ଗମ୍ କଲ୍ୟାଣ ମଣ୍ଡପ ଜୟନଗର ଜୟପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଅମଲା ସଂଘ ର ୮୨ ବର୍ଷ ପୁର୍ତି ଉତ୍ସବ କେମିତି ସୁରୁଖୁରୁରେ ସମାପନ ହେବ ଏ ନେଇ ବୈଠକ ରେ ଆଲୋଚନା ହୋଇଛି । ଓଡ଼ିଶା ଅମଲା ସଂଘ ରାଜ୍ୟ ନେତୃବୃନ୍ଦ ଙ୍କ ସହିତ ବିଭିନ୍ନ ଜିଲ୍ଲାର ନେତୃବୃନ୍ଦ ଉକ୍ତ ଉତ୍ସବରେ ଯୋଗଦେବେ ବୋଲି ଦାଶ୍ ସୁଚନା ଦେଇଥିଲେ । ରାଜ୍ୟ ନେତୃବୃନ୍ଦ ଓ ଜିଲ୍ଲା ନେତୃବୃନ୍ଦଙ୍କୁ ଜୟନଗର ହନୁମାନ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ପାଛୋଟି ଆଣିବା ପରେ ସଙ୍ଗମ୍ କଲ୍ୟାଣ ମଣ୍ଡପ ରେ କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ଶ୍ରୀ ଦାଶ୍ ସୂଚନା ଦେଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମ ସହିତ ଦିବା ୧ ଘଟିକା ସମୟରେ ଓଡ଼ିଶା ଅମଲା ସଂଘ ଦ୍ୱାରା ବିଭିନ୍ନ ଦାବି ନେଇ ଏକ ସାମ୍ୱାଦିକ ସମ୍ମିଳନୀ କରିବା ନେଇ ଶ୍ରୀ ଦାଶ୍ ସୁଚନା ଦେଇଥିଲେ ।

ଉକ୍ତ ବୈଠକରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମ୍ପାଦକ ରାଜେନ୍ଦ୍ର ନାରାୟଣ ପଢି, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ବରିଷ୍ଠ ସଦସ୍ୟ କୈଳାଶ ସାମନ୍ତରାୟ, ଶ୍ରୀ ସାନ୍ତୁନୁ ଜେନା, ଶ୍ରୀ ତ୍ରିନାଥ ପଣ୍ଡା, ଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ ପରିଶେଷରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande