ସମ୍ବଲପୁର, ୧୩ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପାଲି ପଂଚାୟତ ଅଧିନ ଶୁଣ୍ଡେନ୍ ମାଲ ଗ୍ରାମ ଓ ନାଗ୍ରାବହାଲ ଗ୍ରାମରେ ପୃଥକ୍ ଦୁଃଖଦ ଘଟଣା ଘଟିଯାଇଛି । ଶୁଣ୍ଡେନ୍ ମାଲ ଗ୍ରାମର କୈଳାସ କିସାନ ଓ ନାଗ୍ରାବହାଲ ଗ୍ରାମର ଦିନେଶ ଜାମଡଲିଆ ସୁବର୍ଣ୍ଣପାଲି ଗ୍ରାମର ଟିଙ୍କୁ ଖୁଂଟଆଙ୍କ ବିଲରେ କାମ କରିବା ପାଇଁ ଆସିଥିଲେ। ଆଜି ଦିନ ଗୋଟାଏବେଳେ ଉଭୟେ ବିଲରେ କାମ କରୁଥିବା ବେଳେ ହଠାତ୍ ଘଡଘଡି ସହ ବର୍ଷା ହେବା ସହ ବଜ୍ରାଘାତ ହୋଇଥିଲା। ବଜ୍ରାଘାତରେ କୈଳାସ କିସାନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଦିନେଶ ଗୁରୁତର ଆହତ ହୋଇଥିଲେବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ । କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦିନେଶଙ୍କ ଅବସ୍ଥାରେ ଟିକେ ସୁଧାର ଆସିଥିବା ଡାକ୍ତର ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କୈଳାସଙ୍କ ଶବ ବ୍ୟବଛେଦ କରି ତାଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର ହେବ କୈଳାସଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଏବଂ ତାଙ୍କର ସ୍ତ୍ରୀ ଅଛନ୍ତି ଏଣୁକରି ପ୍ରଶାସନ ଯଥାଶୀଘ୍ର ମୃତକ ପରିବାରଙ୍କୁ ଅନୁକମ୍ପା ସହିତ ଆର୍ôଥକ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ