ବେଲେଶ୍ୱର ପୋଲ ଭୁଷୁଡିବା ତଦନ୍ତକର ଓ ତୁରନ୍ତ ପୁନଃ ନିର୍ମାଣ କର
ଭୁବନେଶ୍ୱର, 13 ଜୁଲାଇ (ହି.ସ.) ଯାଜପୁର ବ୍ଲକର ବେହେରାପାଟଣାରୁ କୁସିକୁ ସଂଯୋଗ କରୁଥିବା ବୈତରଣୀ ନଦୀରେ ବେଲେଶ୍ୱର ପୋଲ ଭାଙ୍ଗି ଯାଇଥିବାରୁ ଯାନବାହାନ ଓ ସାଧାରଣ ଲୋକଙ୍କର ଜିଲ୍ଲାରେ ଗମନାଗମନ ଗୁରୁତର ଅବସ୍ଥା ସୃଷ୍ଟି ହୋଇଛି। ୨୦୧୪ ମସିହାରେ ୧୭ କୋଟି ଟଙ୍କା ବ୍ୟୟରେ ବେଲେଶ୍ୱର ଠାରେ ନିର୍ମାଣ ହୋଇଥ
ବେଲେଶ୍ୱର ପୋଲ ଭୁଷୁଡିବା ତଦନ୍ତକର ଓ ତୁରନ୍ତ ପୁନଃ ନିର୍ମାଣ କର


ଭୁବନେଶ୍ୱର, 13 ଜୁଲାଇ (ହି.ସ.) ଯାଜପୁର ବ୍ଲକର ବେହେରାପାଟଣାରୁ କୁସିକୁ ସଂଯୋଗ କରୁଥିବା ବୈତରଣୀ ନଦୀରେ ବେଲେଶ୍ୱର ପୋଲ ଭାଙ୍ଗି ଯାଇଥିବାରୁ ଯାନବାହାନ ଓ ସାଧାରଣ ଲୋକଙ୍କର ଜିଲ୍ଲାରେ ଗମନାଗମନ ଗୁରୁତର ଅବସ୍ଥା ସୃଷ୍ଟି ହୋଇଛି। ୨୦୧୪ ମସିହାରେ ୧୭ କୋଟି ଟଙ୍କା ବ୍ୟୟରେ ବେଲେଶ୍ୱର ଠାରେ ନିର୍ମାଣ ହୋଇଥିବା ପୋଲ ହଠାତ୍ ଭୁଷୁଡି ପଡ଼ିବା ଫଳରେ ସମଗ୍ର ଯାଜପୁର ଅଂଚଳରେ ଗମନାଗମନର ଅଚଳାବସ୍ଥା ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲାରେ ଅବୈଧ ଚୋରାବାଲି କାରବାର ଏହି ପୋଲ ଭୁଷୁଡିବାରେ ମୁଖ୍ୟ କାରଣ। ଗତକିଛି ବର୍ଷ ପୂର୍ବରୁ ବୈତରଣୀ ନଦୀ ଉପରେ ରୋଢ଼ିଆ ଠାରେ ନିର୍ମିତ ପୋଲ ଭୁଷୁଡ଼ି ପଡ଼ିଥିଲା। ଏହାର ମୁଖ୍ୟ କାରଣ ବାଲି ମାଫିଆମାନେ ନିର୍ମିତ ପୋଲର ପିଲରର ଅତିନିକଟରୁ ବାଲିତାଡି ନେବା ଫଳରେ ପିଲର ଦୁର୍ବଳ ହୋଇ ଭୁଷୁଡି ପଡ଼ୁଛି।

ସରକାର ତୁରନ୍ତ ଏ ସଂପର୍କର ଅନୁଧ୍ୟାନ କରି ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଂଗେ ସଂଗେ ପୋଲର ପୁନଃନିର୍ମାଣ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଡଃ ରାମଚନ୍ଦ୍ର ଖୁଣ୍ଟିଆ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande