ବିବାଦ ସମାଧାନ ପାଇଁ ବିଶେଷ ମଧ୍ୟସ୍ଥତା ଅଭିଯାନ ଜୁଲାଇ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସାରା ଦେଶରେ ଅଭିଯାନ ନ୍ୟାୟ ପାଇଁ ନୂତନ ପଥ: ବିଶେଷ ମଧ୍ୟସ୍ଥତା ଅଭିଯାନର ଆରମ୍ଭ - ମଧ୍ୟସ୍ଥତା ହେଉଛି ବିବାଦ ସମାଧାନର ଏକ ବିକଳ୍ପ ବ୍ୟବସ୍ଥା
ସୁବର୍ଣ୍ଣପୁର, ୧୩ ଜୁଲାଇ(ହି.ସ.) – ମାମଲା ସମାଧାନ ପାଇଁ ବିଶେଷ ମଧ୍ୟସ୍ଥତା ଅଭିଯାନ ଜାତୀୟ ଆଇନ ସେବା ପ୍ରାଧିକରଣ ନୂଆଦିଲ୍ଲୀ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକଙ୍କ ନିର୍ଦେଶ କ୍ରମେ ଜୁଲାଇ ୧ ତାରିଖରୁ ୩୦ ସେପ୍େଟମ୍ବର ପର୍ଯ୍ୟନ୍ତ ସାରା ଦେଶରେ ବିଶେଷ ମଧ୍ୟସ୍ଥତା ଅଭିଯାନ ଚାଲୁ ରହିବ। ସୁ
ବିବାଦ ସମାଧାନ ପାଇଁ ବିଶେଷ ମଧ୍ୟସ୍ଥତା ଅଭିଯାନ ଜୁଲାଇ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସାରା ଦେଶରେ ଅଭିଯାନ ନ୍ୟାୟ ପାଇଁ ନୂତନ ପଥ: ବିଶେଷ ମଧ୍ୟସ୍ଥତା ଅଭିଯାନର ଆରମ୍ଭ - ମଧ୍ୟସ୍ଥତା ହେଉଛି ବିବାଦ ସମାଧାନର ଏକ ବିକଳ୍ପ ବ୍ୟବସ୍ଥା


ସୁବର୍ଣ୍ଣପୁର, ୧୩ ଜୁଲାଇ(ହି.ସ.) – ମାମଲା ସମାଧାନ ପାଇଁ ବିଶେଷ ମଧ୍ୟସ୍ଥତା ଅଭିଯାନ ଜାତୀୟ ଆଇନ ସେବା ପ୍ରାଧିକରଣ ନୂଆଦିଲ୍ଲୀ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକଙ୍କ ନିର୍ଦେଶ କ୍ରମେ ଜୁଲାଇ ୧ ତାରିଖରୁ ୩୦ ସେପ୍େଟମ୍ବର ପର୍ଯ୍ୟନ୍ତ ସାରା ଦେଶରେ ବିଶେଷ ମଧ୍ୟସ୍ଥତା ଅଭିଯାନ ଚାଲୁ ରହିବ। ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ମଧ୍ୟସ୍ଥତା କେନ୍ଦ୍ରରେ ମଧ୍ୟ ଏହି ମଧ୍ୟସ୍ଥତା ଅଭିଯାନ ଚାଲିବ। ବିବାଦୀୟ ପକ୍ଷଗୁଡ଼ିକ ଅଦାଲତରେ ମାମଲାର ବିଚାର ନକରି ଏକ ନିରପେକ୍ଷ ତୃତୀୟ ପକ୍ଷଙ୍କ ସହାୟତାରେ ସେମାନଙ୍କର ବିବାଦର ଏକ ଗ୍ରହଣଯୋଗୀ ଏବଂ ସୃଜନାତ୍ମକ ଢଙ୍ଗରେ ସମାଧାନ କରିପାରିବେ। ବିବାଦର ସମାଧାନ ନିମନ୍ତେ ମଧ୍ୟସ୍ଥତା ଏକ ଅପୂର୍ବ ସୁଯୋଗ ଆଣିଥାଏ। ପକ୍ଷମାନଙ୍କୁ ଅଦାଲତରେ ମିଳୁଥିବା ନିଷ୍ପତି ଠାରୁ ସନ୍ତୋଷଜନକ ଫଳ ଏହି ସମାଧାନ ପଦ୍ଧତି ମାଧ୍ୟମରେ ମିଳିଥାଏ, ଏହା ବ୍ୟତୀତ ଅଦାଲତରେ ରାୟ ପାଇବା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଏବଂ ସମୟ ଖର୍ଚ୍ଚରୁ ମୁକ୍ତି ମିଳିଥାଏ। ମଧ୍ୟସ୍ଥତା ଦ୍ୱାରା ମାମଲାଟି ସମାଧାନ ହୋଇଗଲେ ଦାୟର ହୋଇଥିବା କୋର୍ଟ ଫି ଫେରସ୍ତ ଦିଆଯିବାର ବ୍ୟବସ୍ଥା ରହିଛି ବୋଲି ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି। ମଧ୍ୟସ୍ଥତା ହେଉଛି ବିବାଦ ସମାଧାନ ତଥା ବିଚାର ଶୁଣାଣିର ଏକ ବିକଳ୍ପ ବ୍ୟବସ୍ଥା ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande