ଜୟପୁର,୧୩ ଜୁଲାଇ (ହି.ସ.) - ଶ୍ରାବଣ ମାସର ପ୍ରଥମ ସୋମବାର। ମାନସିକଅଧିକରୀ ଓ ଭକ୍ତ ଶିବଙ୍କ ଉପରେ ଜଳାଭିଷେକ କରବେ। ଏଥିଲାଗି ଆଜିଠାରୁ ଆରମ୍ଭ ହୋଇଛି କାଉଡିଯାତ୍ରା। ଗୁପ୍ତେଶ୍ୱରଙ୍କ ନିକଟରେ ଜଳାଭିଷେକ କରିବାକୁ ପାତ୍ରପୁଟ କୋଲାବ ବ୍ରିଜ ନିକଟରେ ଆଜି ଏକାଠି ହୋଇଥିଲେ ଶତାଧିକ କାଉଡିଆ। ସେଠାରେ ପୂଜାର୍ଚ୍ଚନା କରି ପାଣି ସପ୍ସଗ୍ରହ କରିଥିଲେ। ବୋଲବୋମ ନାରା ଦେଇ ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମ ସୋମବାର ହୋଇଥିବାରୁ ସେତେଟା ଗହଳି ହୋଇନଥିଲା। ଦ୍ୱିତୀୟ ସୋମବାରରୁ ଅଧିକ ଗହଳି ହେବ ବୋଲି ଅନୁମାନ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ପିକେପି