କେନ୍ଦୁଝର, 14 ଜୁଲାଇ (ହି.ସ.) ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଆଜି ସମସ୍ତ ଶିବ ଭକ୍ତ ଶିବ ମନ୍ଦିରରେ ସକାଳୁ ଭିଡ଼ ଜମାଇଛନ୍ତି। ବିଶେଷ କରି କାଉଡ଼ିଆ ମାନେ ପାଣି ଆଣି ଶିବଙ୍କ ମନ୍ଦିରରେ ଢାଳି ମନ ସ୍କାମନା ପୁରଣ ପାଇଁ ଭିଡ଼ ଜମାଇଛନ୍ତି। କେନ୍ଦୁଝର ଜିଲ୍ଲାର ପ୍ରମୂଖ ଶୈବପୀଠ ଗୋନାଶିକା, ବାଲୁଙ୍କେଶ୍ୱର, ଘଡଘଡି, କୁସଲେଶ୍ଵର ଆଦି ମନ୍ଦିରରେ ଭିଡ ପରିଲକ୍ଷିତ ହୋଇଛି। ଉକ୍ତ ମନ୍ଦିର ଗୁଡିକରେ ବିଭନ୍ନ ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA