ଭୁବନେଶ୍ୱର, ୧୪ ଜୁଲାଇ (ହି.ସ.)- ଗତ ଜୁନ୍ ୧୬ ତାରିଖରେ ପୁରୀ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସର ଭାରତ ବଂଚାଅ ସମାବେଶରେ ଦଳୀୟ ବିଶୃଙ୍ଖଳାଜନିତ ଆଚରଣ ଯୋଗୁଁ ୩ ଜଣଙ୍କୁ ନିଲମ୍ବନ କରାଯାଇଛି। ପୂର୍ବତନ ପୁରୀ ଟାଉନ କଂଗ୍ରେସ ବ୍ଲକ-୧ ସଭାପତି ଛବିନ୍ଦ୍ର ପଢ଼ୀଆରୀ, ପୁରୀ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର ଏବଂ ପୂର୍ବତନ ପୁରୀ ସଦର ବ୍ଲକ ସଭାପତି ଅବିନାଶ ମିଶ୍ରଙ୍କୁ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ନିଷ୍ପତି ଅନୁଯାୟୀ କଂଗ୍ରେସ ଦଳରୁ ୬ ମାସ ପାଇଁ ନିଲମ୍ବିତ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା