ଜୟପୁର, ୧୩ ଜୁଲାଇ (ହି.ସ.) - ଜୟପୁର ସ୍ଥିତ ଏସ ଆର ମଲ ସଭା କକ୍ଷ ଠାରେ ବରିଷ୍ଠ ଆଦିବାସୀ ଗବେଶିକା ତଥା ପୂର୍ବତନ ପ୍ରଧ୍ୟାପିକା ଡ.ପ୍ରମୋଦିନି ହୋତା ଙ୍କ ରଚିତ ସାଂସ୍କୃତିକ ପୃଷ୍ଠଭୂମି ରେ ଜନଜାତି ଓ ସାହିତ୍ୟିକ ଡ . ଦେବୀ ପ୍ରସାଦ ହୋତା ଙ୍କ ଜହ୍ନ ରାଇଜର କଥା ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇ ଯାଇଛି। ଉନ୍ମୋଚନ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ କୋଟପାଡ଼ ମାନ୍ୟବର ବିଧାୟକ ରୁପୁ ଭତ୍ରା ଯୋଗ ଦେଇ ଜନଜାତି ର ସଂସ୍କୃତି ଉପରେ ଆଲୋକପାତ୍ କରିଥିଲେ। ବିଶିଷ୍ଟ ଅଥିତି ରୁପେ ନବରଙ୍ଗପୁର ମାନ୍ୟବର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗ ଦେଇ ଆଦିବାସୀ ସଂସ୍କୃତି ର ମହାନ ଅବଡାନ ଉପାରେ ଆଲୋଚନା କରି ଥିଲେ। ସମୀକ୍ଷକ ଭବେ ବିଶିଷ୍ଟ ଆଦିବାସୀ ସଂସ୍କୃତି ଗବେଷକ ଡ. ରାଜେନ୍ଦ୍ର ପାଢ଼ୀ ଉଭାୟ ପୁସ୍ତକ ର ବିସ୍ତୃତ ଭାବେ ସମୀକ୍ଷା କରି ପାଠକୀୟ ସ୍ୱୀକୃତି ଲଭ କରିବ ବୋଲି ମତ ଭ୍ୟକ୍ତ କରି ଥିଲେ। ମୂଖ୍ୟ ବକ୍ତା ଶ୍ରୀ ସାଇମନ ବିଡିକା ଯୋଗ ଦେଇ ଜନଜାତି ମାନଙ୍କ ଅନାଲୋଚିତ ସଂସ୍କୃତି ଓ ପରମ୍ପରା କୁ ଲୋକଲୋଚନକୁ ଆଣିବା ପାଇଁ ଆହ୍ୱାନ ଦେଇ ଥିଲେ। ଉପସ୍ଥିତ ସମସ୍ତ ଅଟିଥି ଉନ୍ମୋଚିତ ଦୁଇ ପୁସ୍ତକ ର ପ୍ରଶଂସା କରିଥିଲେ। ଲେଖିକା ଓ ଲେଖକ ପୁସ୍ତକ ରଚନା ର ପୃଷ୍ଠଭୂମି ଓ ଅନୁଭୂତି ଆଲୋଚନା କରିଥିଲେ।ସଭା ଆରମ୍ଭରେ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଉଥିଲା । ମଂଚାସିନ ଅତିଥି ଡ . ସୁଧାଂଶୁ ଶେଖର ପଟ୍ଟନାୟକ ପ୍ରାରମ୍ଭିକ ବକ୍ଟ୍ୟବ ପ୍ରଦାନ କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଲେଖିକା ସଂସଦ ସଦସ୍ୟ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରଯାଇଥିଲ।।ାସଭା ରେ ବହୁ ମନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ। ଆୟୋଜିତ ସଭା କୁ ଶ୍ରୀମତୀ ଶଙ୍ଖ ଦଳପତି ପରିଚାଳନା କରିଥିଲେ।
ଶେଷରେ ଡ . ଦେବି ପ୍ରସାଦ ହୋତା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନ ପାଇଁ ମନୋଜ ହୋତା ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି