ଭୁବନେଶ୍ୱର, 13 ଜୁଲାଇ (ହି.ସ.)- ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୨୪ତମ ଓଡ଼ିଶା ରାଜ୍ୟ ସମ୍ମିଳନୀ ଆସନ୍ତା ୨୦୨୫ ସେପ୍ଟେମ୍ବର ୫,୬ ଓ ୭ ତାରିଖରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ବୋଲି ପାର୍ଟିର ରାଜ୍ୟ କମିଟିର ନିଷ୍ପତ୍ତି ଭିତ୍ତିରେ ଆଜି ଏହି ସମ୍ମିଳନୀ ପାଇଁ ଅଭ୍ୟର୍ଥନା କମିଟି ବୈଠକ ବରିଷ୍ଠ ସାମ୍ବାଦିକ ପଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ପାର୍ଟି ପ୍ରତିଷ୍ଠା ଶତବାର୍ଷିିକୀ ଅବସରରେ ଅନୁଷ୍ଠିତ ହେଉଥିବାରୁ ଏହାର ଖୋଲା ଅଧିବେଶନ ୫ ସେପ୍ଟେମ୍ବରରେ ଶତବାର୍ଷିକୀ ସଂଘର୍ଷ ସଂକଳ୍ପ ପାଇଁ ରାଜ୍ୟସ୍ତରୀୟ ସମାବେଶ ଅନୁଷ୍ଠିତ ହେବ। ଏହି ସମାବେଶରେ ରାଜ୍ୟର ପ୍ରତ୍ୟେକ ସଭ୍ୟ, ସମର୍ଥକ ଓ ଜନଗଣ ଅଧିକ ସଂଖ୍ୟାରେ ଯୋଗ ଦେବେ। ଏ ସମ୍ପର୍କରେ ପାର୍ଟିର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ସହସମ୍ପାଦକ କ୍ଷୀରୋଦ ସିଂହଦେଓ, ସମ୍ପାଦକମଣ୍ଡଳୀ ସଦସ୍ୟ ଡା. ପ୍ରଶାନ୍ତ ମିଶ୍ର, ଏନ. ନାରାୟଣ ରେଡି, ଜୟନ୍ତ ଦାସ, ବିଜୟ ଜେନା, ଦାମୋଦର ବେହେରା, ରମଣୀ ରଞ୍ଜନ ରାଉତରାୟ, ଅଭ୍ୟର୍ଥନା କମିଟି ସାଧାରଣ ସମ୍ପାଦକ ଅମିୟ ପଟ୍ଟନାୟକ, ଉପସାଧାରଣ ସାଧାରଣ ସମ୍ପାଦକ ସୁର ଜେନା, ଶିକ୍ଷକ ନେତା ଅମୀୟ କୁମାର ମହାନ୍ତି, କୈଳାସ ପୁହାଣ, ଅଶୋକ ସାହୁ, ଅରକ୍ଷିତ ବେହେରା, ନମିତା ସାହୁ, ଦେବାଶିଷ ପରିଜା, ପ୍ରଫୁଲ୍ଲ ତ୍ରିପାଠୀ, ମୁରଲୀ ଜେନା, ବସନ୍ତ ସେଠୀ, ମମତା ରାଉତ, ହୃଷୀ ମହାନ୍ତି, ପ୍ରମୋଦିନୀ ପାଇକରାୟ, ବିବେକାନନ୍ଦ ଦାଶ, ଦୁଷ୍ମନ୍ତ ନାୟକ ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତାମତ ଦେବା ସହ ଏହି ସମ୍ମିଳନୀ ପାଇଁ ନୂଆଦୁନିଆ ପକ୍ଷରୁ ପାର୍ଟିର ଶତବାର୍ଷିକୀ ସମ୍ମିଳନୀ ସ୍ମରଣିକା ପ୍ରକାଶ ପାଇବ। ଏହି ସ୍ମରଣିକା ଆଲେକ୍ଷ୍ୟ ପ୍ରକାଶିତ ହେବ। ଏ ସମସ୍ତ ବାବଦରେ ଗଣପାଣ୍ଠି ସଂଗୃହୀତ ହେବ। ଏହି ସମ୍ମିଳନୀର ସଫଳତା ପାଇଁ ଖୋର୍ଦ୍ଧା ଜିଲ୍ଲା, ବିଶେଷକରି ଭୁବନେଶ୍ୱରରେ ପଥପ୍ରାନ୍ତ ସଭା ଓ ପ୍ରଚାର ଅଭିଯାନ ନିଆଯିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ସେଠୀ, ଶଙ୍କର ବାରିକ, ବିପ୍ଳବକେଶରୀ ମହାପାତ୍ର, ସଞ୍ଜୁ ଭୋଇ, ସୁରେନ୍ଦ୍ର ବେହେରା, ନୃସିଂହ ବେହେରା, ବସନ୍ତ ପାଇକରାୟ, ରାକେଶ ପାତ୍ର, ମାନା ଦଳେଇ, ରଜତ ପଟ୍ଟନାୟକ, ଭୁବନ ଚନ୍ଦ୍ର ହାତୀ, ଗନ୍ଧର୍ବ ଜେନା, ଗନ୍ଧର୍ବ ବେହେରା, ମଞ୍ଜୁ ଭୋଇ, ଶରତ ସ୍ୱାଇଁ, ଅଭୟ ବାରିକ, ପରମାନ୍ଦ ବେହେରା ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ