କୋରେଇ, ୧୩ ଜୁଲାଇ (ହି.ସ.) - ପ୍ରତ୍ୟାହୃତ ହୋଇଛି ଚାଳକ ମହାସଂଘର ଆନ୍ଦୋଳନ । ଧିରେ ଧିରେ ସ୍ୱଭାବିକ ହେଉଛି ଜୀବନ ଯାତ୍ରା । ଶନିବାର ଘରୋଇ ବସ ଚଳାଚଳ କିଛି ମାତ୍ରାରେ ଅଶ୍ୱସ୍ଥି ଦେଇଥିଲା । ଆଜି ସବୁ କିଛି ସ୍ୱଭାବିକ ହେବାରେ ଲାଗିଛି । ବଜାରଘାଟ ପରିପୂର୍ଣ୍ଣ ଲାଗୁଛି । ରାଜପଥରେ ଗାଡି ଚଳାଚଳ ପୂର୍ବଭଳି ଲାଗିରହିଛି । ଆଉ ଯାତ୍ରୀମାନଙ୍କ ଯାତାୟତରେ କୌଣସି ଅସୁବିଧା ଦେଖାଯାଉନି । ପ୍ରତ୍ୟେକ ବ୍ୟବସାୟ ଅନୁଷ୍ଠାନ ମାନଙ୍କରେ ଗାଡି ଲାଗିଛି । କ୍ରୟ ବିକ୍ରୟ ଚାଲିଛି । ସବୁ କିଛି ସ୍ୱଭାବିକ ଥିବା ବେଳେ କିଛି ଅସାଧୁ ବ୍ୟବସାୟୀଙ୍କ ମନ ଦୁଃଖ ହେବା ଦେଖାଯାଉଛି । ଆନ୍ଦୋଳନ ସମୟରେ ପୋଟ୍ରୋଲ ଓ ଡିଜେଲର ଅଭାବ ଥିବା ବେଳେ ଗ୍ୟାସ କୃତ୍ରିମ ଅଭାବ ସୃଷ୍ଟି କରାଯାଇ ଚଢା ଦର ବା ଅଧିକର ୫୦ରୁ ଶହେ ଟଙ୍କା ଦରରେ ଗ୍ୟାସ ବିକ୍ରି କରାଯାଉଥିଲା । ଯାହାକୁ ଆଜି ଆଉ ଉପଭୋକ୍ତାମାନେ ଦେବାକୁ ପ୍ରସ୍ତୁତ ନୁହନ୍ତି । କାହାର ସର୍ବନାଶ ତ ପୁଣି କାହାର ପୁଷମାସ ହେବା ଭଳି ଅବସ୍ଥା ସୃଷ୍ଟି ହୋଇଥ୍ôାବା ବେଳେ ଅଜି ତାହାର ସୁଧାର ଆସିଛି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ