ଫକୀରମୋହନ ସ୍ୱୟଂଶାସିତମହାବିଦ୍ୟାଳୟଛାତ୍ରୀ ଆତ୍ମହୁତି ଉଦ୍ୟମ ପ୍ରସଙ୍ଗରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କଇସ୍ତଫା ଦାବିକଲା ଯୁବ ଓ ଛାତ୍ରକଂଗ୍ରେସ
ଭୁବନେଶ୍ୱର, 13 ଜୁଲାଇ (ହି.ସ.) ଫକୀରମୋହନ ସ୍ୱୟଂଶାସିତମହାବିଦ୍ୟାଳୟରଛାତ୍ରୀସୌମ୍ୟାଶ୍ରୀବିଶି ଆତ୍ମହତ୍ୟା ଉଦ୍ୟମଘଟଣା ପ୍ରସଙ୍ଗରେ ଆଜି ପ୍ରଦେଶ ଯୁବକଂଗ୍ରେସ ଓ ପ୍ରଦେଶ ଛାତ୍ରକଂଗ୍ରେସ ପକ୍ଷରୁମିଳିତଭାବେରାଜ୍ୟଉଚ୍ଚଶିକ୍ଷାମନ୍ତ୍ରୀଙ୍କସରକାରୀବାସଭବନ ଘେରାଉକରାଯାଇଥିଲା। ଯୁବକଂଗ୍ରେସ ଓ ଛାତ୍ରକଂଗ୍ରେସକ
ଫକୀରମୋହନ ସ୍ୱୟଂଶାସିତମହାବିଦ୍ୟାଳୟଛାତ୍ରୀ ଆତ୍ମହୁତି ଉଦ୍ୟମ ପ୍ରସଙ୍ଗରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କଇସ୍ତଫା ଦାବିକଲା ଯୁବ ଓ ଛାତ୍ରକଂଗ୍ରେସ


ଭୁବନେଶ୍ୱର, 13 ଜୁଲାଇ (ହି.ସ.) ଫକୀରମୋହନ ସ୍ୱୟଂଶାସିତମହାବିଦ୍ୟାଳୟରଛାତ୍ରୀସୌମ୍ୟାଶ୍ରୀବିଶି ଆତ୍ମହତ୍ୟା ଉଦ୍ୟମଘଟଣା ପ୍ରସଙ୍ଗରେ ଆଜି ପ୍ରଦେଶ ଯୁବକଂଗ୍ରେସ ଓ ପ୍ରଦେଶ ଛାତ୍ରକଂଗ୍ରେସ ପକ୍ଷରୁମିଳିତଭାବେରାଜ୍ୟଉଚ୍ଚଶିକ୍ଷାମନ୍ତ୍ରୀଙ୍କସରକାରୀବାସଭବନ ଘେରାଉକରାଯାଇଥିଲା। ଯୁବକଂଗ୍ରେସ ଓ ଛାତ୍ରକଂଗ୍ରେସକର୍ମୀଏବଂପୋଲିସଙ୍କମଧ୍ୟରେ ପ୍ରାୟ ୧ଘଂଟା କାଳ ଧସ୍ତାଧସ୍ତିହେବାପରେପୋଲିସବ୍ୟାରିକେଡକୁ ଆନ୍ଦୋଳନକାରୀ ମାନେ ଭାଙ୍ଗିଦେଇଥିଲେ।ପୋଲିସସେଠାରୁଭ୍ୟାନ ଯୋଗେ ଆନ୍ଦୋଳନକାରୀ ମାନଙ୍କୁଉଠାଇନେଇଥିଲା।ଏହିକାର୍ଯ୍ୟକ୍ରମରନେତୃତ୍ୱନେଇଥିବା ପ୍ରଦେଶ ଯୁବକଂଗ୍ରେସସଭାପତିକହିଥିଲେ ଯେ ବାଲେଶ୍ୱରସ୍ୱୟଂଶାସିତମହାବିଦ୍ୟାଳୟରଛାତ୍ରୀସୌମ୍ୟାଶ୍ରୀବିଶି ଆତ୍ମହତ୍ୟା ଉଦ୍ୟମଘଟଣାରେସଂପୂର୍ଣ୍ଣଭାବେମହାବିଦ୍ୟାଳୟକର୍ତୃପକ୍ଷଏବଂଜିଲ୍ଲାପୋଲିସ ପ୍ରଶାସନ ଦାୟୀ। ଅନ୍ୟପକ୍ଷରେ ଉଚ୍ଚଶିକ୍ଷାବିଭାଗକୁ ପରିଚାଳନାକରିବାରେବିଫଳ ଅଯୋଗ୍ୟ ଉଚ୍ଚଶିକ୍ଷାମନ୍ତ୍ରୀସୂରଜସୂର୍ଯ୍ୟବଂଶୀ ଏ ସମଗ୍ରଘଟଣାପାଇଁ ଦାୟୀଏବଂସେତୁରନ୍ତ ଇସ୍ତଫା ଦିଅନ୍ତୁ।ଓଡ଼ିଶାରେସରକାରୀ ଓ ବେସରକାରୀଶିକ୍ଷାବିଭାଗରକ୍ୟାମ୍ପସରେମହିଳା ଅସୁରକ୍ଷିତ। ସୁତରାଂକ୍ୟାମ୍ପସରେଛାତ୍ରଛାତ୍ରୀଙ୍କୁସୁରକ୍ଷା ଦେଇପାରୁନଥିବା ଉଚ୍ଚ ଶିକ୍ଷାମନ୍ତ୍ରୀତୁରନ୍ତ ଇସ୍ତଫା ଦେବାକୁ ଯୁବକଂଗ୍ରେସ ଦାବିକରୁଛି।ସେହିଭଳି ପ୍ରଦେଶ ଛାତ୍ରକଂଗ୍ରେସରସଭାପତି ଉଦିତ ପ୍ରଧାନ କହିଲେ ଯେ ମୋହନ ସରକାର ଏକ ଛାତ୍ରବିରୋଧି ସରକାର। ପୀଡ଼ିତାସୌମ୍ୟାଶ୍ରୀବିଶି ନ୍ୟାୟ ପାଇବାପାଇଁକଲେଜର ଅଧ୍ୟକ୍ଷ, ଥାନା, ବାଲେଶ୍ୱରସାଂସଦ, ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀସମସ୍ତଙ୍କୁଯୋଗାଯୋଗକରିଛନ୍ତି।କିନ୍ତୁତାଙ୍କୁ ନ୍ୟାୟମିଳିନାହିଁ।ଶେଷରେହତାସହୋଇସେ ଆତ୍ମଦାହ କରିବାପାଇଁ ନିଷ୍ପତ୍ତି ନେଲେ।ଏବିଭିପିଛାତ୍ରସଂଗଠନଙ୍କରସେଜଣେସଭ୍ୟା ଥାଇ ମଧ୍ୟ ତାଙ୍କ ନିଜସଂଗଠନ ଓ ସରକାରତାଙ୍କୁସୁରକ୍ଷା ଦେଇପାରିଲେ ନାହିଁ।ତେଣୁଓଡ଼ିଶାରସମସ୍ତକ୍ୟାମ୍ପସରେଛାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଭୁବନେଶ୍ୱରଲୋକସଭାକଂଗ୍ରେସ ପ୍ରାର୍ଥୀତଥା ପୂର୍ବତନ ଛାତ୍ରକଂଗ୍ରେସସଭାପତି ସୟଦ ୟାସିର ନୱାଜଏହିକାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିକହିଲେ ଯେ ଏହିଘଟଣାରେଏବିଭିପିଛାତ୍ରସଂଗଠନର ଅସଲ ମୁଖାଖୋଲିଯାଇଛି।ଏହିସଂଗଠନରଜଣେସଭ୍ୟାଙ୍କୁ ନ୍ୟାୟ ଦେବାପାଇଁଏବିଭିପିସରକାରରବିଫଳତାଉପରେମୁହଁଖୋଲୁ ନାହିଁ।ଏବେଠାରୁଏବିଭିପିସଂଗଠନରେ ନୂଆଛାତ୍ରଛାତ୍ରୀମାନେ ଯୋଗଦେବାଉଚିତକି? ଛାତ୍ରୀସୌମ୍ୟାଶ୍ରୀ ପ୍ରତି ଅନ୍ୟାୟ କରିଥିବା ଅଧ୍ୟାପକ ଓ ଅଧ୍ୟକ୍ଷକଙ୍କୁ ଚାକିରୀରୁବରଖାସ୍ତକରାଯାଉ। ଅଧ୍ୟକ୍ଷଙ୍କୁ ଗିରଫ କରାଯାଉ। ଅଭିଯୋଗ ପାଇଲାପରେସ୍ଥାନୀୟ ଥାନା ପକ୍ଷରୁକାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ଥାନାଅଧିକାରୀଙ୍କଉପରେ ମଧ୍ୟ ଦୃଢ଼କାର୍ଯ୍ୟାନୁଷ୍ଠାନ ନିଆଯାଉ।ଏବେ ଅଭିଭାବକ ମାନେ ତାଙ୍କରଝିଅ ମାନଙ୍କୁଶିକ୍ଷାନୁଷ୍ଠାନକୁ ପଠାଇବେକେମିତି? ଯିଏବାଡ଼ସିଏ ଫସଲ ଖାଉଛି। ଅଧ୍ୟାପକ ମାନେ ଅତ୍ୟାଚାର କରୁଛନ୍ତି।ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣାରେଓଡ଼ିଶାସରକାରଙ୍କରସମସ୍ତସିଷ୍ଟମ ନିଷ୍କ୍ରିୟ ଓ ବିଫଳବୋଲି ପ୍ରମାଣିତ।ସୁତରାଂଶିକ୍ଷାମନ୍ତ୍ରୀଇସ୍ତଫା ଦିଅନ୍ତୁ।ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ଦିଆଯାଉ। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଇମଦାଦ, ମନୋଜବିଶ୍ୱାଳ, ନିହାରବେହେରା, ତୁଷାରକାନ୍ତିତସ୍ୱସୀ, ମହମ୍ମଦ ଗୁଲଫାମ, ବଳରାମ ନନ୍ଦ, ବିରଞ୍ôଚ ବାରିକ, ସାହାରୁଖଖାନ, ଆଶିଷ ମହାନ୍ତ, ସୁନିଲସାହୁଗାନ୍ଧୀ, ଲିପିକା ପାତ୍ର, ଲିପ୍ସା ନାୟକ, ସାଗର ପଟ୍ଟନାୟକ, ରଣଜିତସେନାପତି, ଆଦିତ୍ୟ ପାତ୍ର, ବାଦଲ ନାୟକ, ରାଜେଶ ଦାଶ, ସୁରଜରାଉତ, କାର୍ତ୍ତିକେଶ୍ୱରକାଣ୍ଡି, ଜଗଦିଶରାଉତ, ପବିତ୍ରସେଠୀ, ପ୍ରଶାନ୍ତି ପରମାଣିକ, ବାବୁଲଲିପୁ, ତାପସ ଦେଓ, ଚଣ୍ଡି ପ୍ରସାଦ ମହାପାତ୍ର, ମହମ୍ମଦ ତାକ୍ୟୁଇନ ପ୍ରମୁଖଏହିକାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande