ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ ଅକ୍ଷୁର୍ଣ୍ଣ ରଖିବା ଦାବି କଲା ସୁରକ୍ଷା ମଞ୍ଚ
କେନ୍ଦୁଝର, 13 ଜୁଲାଇ (ହି.ସ.) ଅସ୍ତିତ୍ଵ ହରାଇବ କେନ୍ଦୁଝରର ସର୍ବ ପୁରାତନ ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ । ଧରଣୀଧର ବିଶ୍ଵ ବିଶ୍ଵବିଦ୍ୟାଳୟ ନାଁରେ ଅସ୍ତିତ୍ଵ ହରାଇବାକୁ ବସିଛି କେନ୍ଦୁଝରର ସର୍ବ ପୁରାତନ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ । ଏହାକୁ ନେଇ କେନ୍ଦୁଝର ଶହୀଦ ସଦନରେ ଧରଣୀଧର ସ୍ୱୟଂ
DD Auto university name change


କେନ୍ଦୁଝର, 13 ଜୁଲାଇ (ହି.ସ.) ଅସ୍ତିତ୍ଵ ହରାଇବ କେନ୍ଦୁଝରର ସର୍ବ ପୁରାତନ ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ । ଧରଣୀଧର ବିଶ୍ଵ ବିଶ୍ଵବିଦ୍ୟାଳୟ ନାଁରେ ଅସ୍ତିତ୍ଵ ହରାଇବାକୁ ବସିଛି କେନ୍ଦୁଝରର ସର୍ବ ପୁରାତନ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ । ଏହାକୁ ନେଇ କେନ୍ଦୁଝର ଶହୀଦ ସଦନରେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚିନ୍ତାବ୍ୟକ୍ତ କରାଯାଇଛି । ପୂର୍ବ ସରକାର ୨୦୨୩ ମସିହା ଫେବୃଆରୀ ମାସରେ ତରବରିଆ ଭାବେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଧରଣୀଧର ବିଶ୍ଵ ବିଦ୍ୟାଳୟ ଭାବେ ଘୋଷଣା କଲେ । ଯାହା ଫଳରେ ବହୁ ବର୍ଷର ପୁରୁଣା ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ନିଜର ସତ୍ତା ହରାଇଲା । ଏପରିସ୍ଥଳେ, ଜିଲ୍ଲାର ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବା ପାଇଁ ପୂର୍ବାପେକ୍ଷା ୩ ରୁ ୪ ଗୁଣ ଅଧିକ ଖର୍ଚ୍ଚ କରିବାକୁ ପଡୁଛି । ଜିଲ୍ଲାବାସୀଙ୍କର ଭାବାବେଗ ସହ ଜଡିତ ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ଥିତି ଅକ୍ଷୁର୍ଣ୍ଣ ରଖି ଧରଣୀଧର ବିଶ୍ଵ ବିଦ୍ୟାଳୟକୁ ସୁଲେଇଖମାରରେ ଥିବା ଏହାର ସାଉଥ୍ କ୍ୟାମ୍ପସକୁ ସମ୍ପୁର୍ଣ୍ଣ ରୂପେ ସ୍ଥାନାନ୍ତରିତ କରାଯିବାକୁ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ତରଫରୁ ଦାବି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande