ମାଲକାନଗିରି ରେ ସମ୍ବାଦିକ ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଦୋଷୀଙ୍କୁ ଗିରଫ ନେଇ ଦାବୀ
ମାଲକାନଗିରି, ୧୩ ଜୁଲାଇ (ହି.ସ.)ଗତକାଲି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ମୁରଲି ଗୁଡ଼ା ଗ୍ରାମ ନିକଟରେ ଖବର ସଂଗ୍ରହ ପାଇଁ ଯାଇଥିବା କେତେକ ସାମ୍ବାଦିକ ମାନଙ୍କ ଉପରେ କିଛି ଦୃର୍ବୁତ୍ତ ଅସ୍ତ୍ରଶସ୍ତ୍ର ଧରି ସେମାନଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସି ଏଚ ନରେଶ କୁମାର ନାମକ ଆମର ଜଣେ
ମାଲକାନଗିରି ରେ ସମ୍ବାଦିକ ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଦୋଷୀଙ୍କୁ ଗିରଫ ନେଇ ଦାବୀ


ମାଲକାନଗିରି, ୧୩ ଜୁଲାଇ (ହି.ସ.)ଗତକାଲି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ମୁରଲି ଗୁଡ଼ା ଗ୍ରାମ ନିକଟରେ ଖବର ସଂଗ୍ରହ ପାଇଁ ଯାଇଥିବା କେତେକ ସାମ୍ବାଦିକ ମାନଙ୍କ ଉପରେ କିଛି ଦୃର୍ବୁତ୍ତ ଅସ୍ତ୍ରଶସ୍ତ୍ର ଧରି ସେମାନଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସି ଏଚ ନରେଶ କୁମାର ନାମକ ଆମର ଜଣେ ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ଖଣ୍ଡାରେ ହାଣି ଦେଇଥିବାରୁ, ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମାଲକାନଗିରି ପରି ଗୋଟିଏ ଶାନ୍ତି ପ୍ରିୟ ଜିଲ୍ଲାରେ ଘଟିଥିବା ଏହି ଘଟଣାରେ, ମାଲକାନଗିରି ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କ ସହିତ ସମସ୍ତ ଜିଲ୍ଲା ବାସି ସ୍ତମ୍ଭିଭୂତ ଏବଂ ମର୍ମାହତ । ସବୁ ମହଲରେ ଏହି ଘଟଣାର ନିନ୍ଦା କରାଯିବା ସହିତ, ହତ୍ୟାକାଣ୍ଡରେ ଶାମିଲ ସମସ୍ତ ଦୁର୍ବୃତ୍ତ ମାନଙ୍କୁ ଯଥା ଶିଘ୍ର ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ସମସ୍ତେ ସରକାରଙ୍କୁ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟିସ ର ସଭାପତି ଦେବ ପ୍ରସାଦ ଦାସଙ୍କ ନେତୃତ୍ବରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ସଂଘର ସମସ୍ତ ସାମ୍ବାଦିକ ମାନେ ଦୁର୍ବୃତ୍ତ ମାନଙ୍କୁ ଯଥା ଶିଘ୍ର ଗିରଫ କରି ଦୃଷ୍ଟାନ୍ତମୂଳକ ଶାସ୍ତି ଦାବି ଏବଂ ସରକାର ଯଥା ଶିଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଦାବି ନେଇ ପଦଯାତ୍ରା ପୂର୍ବକ ମାଲକାନଗିରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଥିଲେ ଏବଂ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲଙ୍କୁ ଉକ୍ତ ଦାବିଗୁଡିକୁ ନେଇ ଗୋଟିଏ ମେମୋରେଣ୍ଡମ ପ୍ରଦାନ କରିଥିଲେ। ଏଥିସହିତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣର ପ୍ରତିବାଦ କରି, ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଗୋଟିଏ ମେମୋରେଣ୍ଡମ ପ୍ରଦାନ କରିଥିଲେ। ଏହି ପଦଯାତ୍ରାରେ ଏବଂ ମେମୋରେଣ୍ଡମ ପ୍ରଦାନ କାର୍ଯ୍ୟକ୍ରମରେ ଏମ ୟୁ ଜେ ର ସମ୍ପାଦକ ଶରତ ଚନ୍ଦ୍ର ମହାରଣା, ଯୁଗ୍ମ ସମ୍ପାଦକ ଅସୀମ ବିଶ୍ବାସ ଓ ରେବେଲ ପ୍ରକାଶ, ବରିଷ୍ଠ ସାମ୍ବାଦିକ ଦେବବ୍ରତ ସାନା,ମାଲକାନଗିରି ବ୍ଲକ ସଭାପତି ଶିବପ୍ରସାଦ କୀର୍ତ୍ତନୀୟା,ଏ ଈଶ୍ୱର ରାଓ, ଚକ୍ରଧର ପଟ୍ଟନାୟକ, ଗୋବିନ୍ଦ ମଣ୍ଡଳ,ପ୍ରଭାସ କୁମାର ପଣ୍ତା, ମହେନ୍ଦ୍ର ପାଣିଗ୍ରାହୀ, ପ୍ରତାପ ମିଶ୍ର,କୃଷ୍ଣ ରାୟ,କବିରାଜ ନାଏକ, ବିକ୍ରମ କେଶରୀ ପାଢ଼ୀ, ଦୁର୍ଯ୍ୟୋଧନ ପାତ୍ର, ସିମାଞ୍ଚଳ ପାଣିଗ୍ରାହୀ, ସତ୍ୟ ଦାସ ଏବଂ ଆହୁରି ଅନେକ ସଦସ୍ୟ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande