ତିନି ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
Fairwel meeting for three teachers
ଫୋଟ


କନ୍ଧମାଳ, ୧୩ ଜୁଲାଇ(ହି.ସ.) – କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବିରୁପାକ୍ଷ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ତିନି ଜଣ ଶିକ୍ଷକଙ୍କ ବିଦାୟ କାଳିନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତିନି ଜଣ ଶିକ୍ଷକ ଚାହାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୃଷିକେଶ ପ୍ରଧାନ, ତୋଟାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନବଘନ ସାହୁ, ସଦାପଦର ପ୍ରାଥମିକ ବିଦ୍ୟାଳୟ ର ଅନାଦି ଚରଣ ଧଳଙ୍କ ଚାକିରିରୁ ଅବସର ଗ୍ରହଣ ପରେ ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କାର୍ଯ୍ୟକ୍ରମରେ ସଭାପତି ଭାବରେ ଶାନ୍ତ୍ୱନୁ କୁମାର ପଟ୍ଟନାୟକ ମଂଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଜଗଦୀଶ ପ୍ରସାଦ ନାୟକ, ବରିଷ୍ଠ ଶିକ୍ଷକ ଶିବ ପ୍ରସାଦ ଦିଗାଲ, ସମ୍ପାଦକ ବିକ୍ରମ ଦିଗାଲ ଯୋଗଦେଇ ଥିଲେ ଓ ସମସ୍ତ କାର୍ଯ୍ୟ ନିର୍ବାହୀ ମେମ୍ବର ଉପସ୍ଥିତ ଥିଲେ। ଚକାପାଦ ବ୍ଲକର ୭ଜଣ ସିଆର୍‌ସିସି ଓ ୬୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଶେଷରେ ସୁନନ୍ଦ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande