କେନ୍ଦୁଝର, 13 ଜୁଲାଇ (ହି.ସ.) ନବନିର୍ବାଚିତ ଓଷ୍ଟା କେନ୍ଦୁଝର ଜିଲ୍ଲା ଶିକ୍ଷକ ସଙ୍ଘ ସଭାପତି ମନ୍ମଥ ନାଥ ମହାନ୍ତ ଙ୍କୁ ଆଜି ଏକ ଭବ୍ୟ କାର୍ଯ୍ୟକ୍ରମ ରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଓଡ଼ିଶା କୁଡୁମିସେନା ପକ୍ଷରୁ ଭାଁପୁର ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ କୁଡୁମିସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନୀତ ଅତିଥି ଓଡ଼ିଶା କୁଡୁମୀ ସେନା ରାଜ୍ୟ ସମ୍ପାଦକ ବିଶ୍ୱଜିତ୍ ମହାନ୍ତ, ଜିଲ୍ଲା ସଭାପତି ତ୍ରିଲୋଚନ ମହାନ୍ତ, ଉପଦେଷ୍ଟା ବିରେନ୍ଦ୍ର ମହାନ୍ତ, ରତ୍ନାକର ମହାନ୍ତ, ବିନୋଦ ବିହାରୀ ମହାନ୍ତ, ରଘୁ ମହାନ୍ତ, ହୁର୍ଶିକେସ ମହାନ୍ତ, ସୁରେଶ ମହାନ୍ତ, ତ୍ରିନାଥ ମହାନ୍ତ, ଭୈରବ ମହାନ୍ତ, ବିପିନ ମହାନ୍ତ, ସଦର ବ୍ଲକ ସଭାପତି ରଘୁନାଥ ମହାନ୍ତ, ସାହରପଡ଼ା ସଭାପତି ଭୋଲାନଥ ମହାନ୍ତ, ଗୋପାଳ ମହାନ୍ତ, ଅଭିମନ୍ୟୁ ମହାନ୍ତ, ତୁଷାର ମହାନ୍ତ, ଟୁଟୁ ମହାନ୍ତ, ଏବଂ ବଡ଼ ପାହାଡ ସଂଗଠନ ର ସମ୍ପାଦକ ନକୁଲ ମହାନ୍ତ, ସମାଜ ସେବୀ ଦଶରଥ ମହାନ୍ତ,ପାଟଣା ମିଡ଼ିଆ ସେଲ ସଂଯୋଜକ କିଶୋର ଚନ୍ଦ୍ର ମହାନ୍ତ, ନବକିଶୋର ମହାନ୍ତ।ସମାଜସେବୀ ରାଧାକାନ୍ତ ମହାନ୍ତ, ପ୍ରମୁଖ ଯୋଗ ଦାନ କରିଥିଲେ।କାର୍ଯ୍ୟକ୍ରମ ରେ ସାହାରପଡା ବ୍ଲକ ଶିକ୍ଷକ ସଂଘ, ହାଟଡିହି ବ୍ଲକ ଶିକ୍ଷକ ସଙ୍ଘ,ଝୁମ୍ପୁରା ବ୍ଲକ ଶିକ୍ଷକ ସଙ୍ଘ,ପାଟଣା ବ୍ଲକ ଶିକ୍ଷକ ସଂଘ, ଯୋଡ଼ା ବ୍ଲକ ଶିକ୍ଷକ ସଂଘ, ବାଂଶପାଳ ବ୍ଲକ ଶିକ୍ଷକ ସଂଘ ର ସଭାପତି ଓ ଅନ୍ୟ ଶିକ୍ଷକ ନେତା ମାନେ ଉପସ୍ଥିତ ହୋଇ ନବନିର୍ବାଚିତ ଶିକ୍ଷକ ସଂଘ ସଭାପତି ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ନୂତନ ସଭାପତି ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ।କେନ୍ଦୁଝର ଜିଲ୍ଲାରେ ଶିକ୍ଷକ ମାନେ କିପରି ସଂମ୍ମାନ ର ସହିତ କାର୍ଯ୍ୟ କରିବେ ସେଥିପ୍ରତି ଧ୍ୟାନ ଦେବେ ବୋଲି କହିଥିଲେ।ଶ୍ରୀ ମହାନ୍ତ ଙ୍କୁ ଝୁମୋର ନାଚ ମାଧ୍ୟମରେ ସ୍ବାଗତ କରି ମଞ୍ଚ ନିକଟକୁ ନିଆଯାଇଥିଲା।କାର୍ଯ୍ୟକ୍ରମରେ ଶିକ୍ଷକ ସଂଘ ର ସମସ୍ତ ନବ ନିର୍ବାଚନ ସଦସ୍ୟ ମାନଙ୍କୁ ଓଡ଼ିଶା କୁଡ଼ମି଼ ସେନା ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷକ ସହଦେବ ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ରାଜ୍ୟ ସମ୍ପାଦକ ବିଶ୍ୱଜିତ୍ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA