ଭଦ୍ରକ, ୧୩ ଜୁଲାଇ (ହି.ସ.) - ବାଲେଶ୍ୱର ଫକୀର ମୋହନ କଲେଜର ଛାତ୍ରୀଙ୍କୁ ନ୍ୟାୟ ଦାବି କରି ଆଜି ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଶୋଭାଯାତ୍ରା ବାହାରି ଜିଲ୍ଲା ର ମହିଳା ନେତ୍ରୀ ସୁରଜିତା ନାୟକ, କାମିନୀ ନାୟକ, ସୁମତି ନାୟକ, ସାମ୍ୟବାଦୀ ରୋଜାଲିନ, ବାସନ୍ତୀ ବେହେରା, ଶିଖା ମୋହାପତ୍ର, ଶାନ୍ତିଲତା ବାରିକ ପ୍ରମୁଖ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଙ୍କୁ ସାକ୍ଷାତ କରି ଏକ ଦାବୀପତ୍ର ଓଡିଶା ର ପୋଲିସ ମହାନିର୍ଦ୍ଦେଶକ ଙ୍କୁ ନିକଟକୁ ପଠାଇ ଛନ୍ତି। ଏହି ଦାବୀପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ଫକୀରମୋହନ ଅଟୋନମସ୍ କଲେଜର ଛାତ୍ରୀଙ୍କ ଉପରେ ହେଉଥିବା ଶୋଷଣ ବିରୁଦ୍ଧରେ ସେ ପ୍ରିନ୍ସିପଲ୍ ଓ ଅଧ୍ୟାପକ ଙ୍କୁ ଗିରଫ କରିବା ସହ ପୀଡ଼ିତାଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ ୍ କରିବାପାଇଁ ମହିଳା ସମିତି ପକ୍ଷରୁ ଦବି କରାଯାଇଛି। ରାଜ୍ୟର ମହିଳା ମାନଙ୍କ ଉପରେ ନିର୍ଯ୍ୟାତନା ବଢୁଥିବାରୁ ସରକାର୍ ଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ପ୍ରକାର ଅତ୍ୟାଚାର ବିରୁଦ୍ଧରେ ଜନସାଧାରଣ ଏକ ହୋଇ ପ୍ରତିବାଦ କରିବା ପାଇଁ ମହିଳା ସମିତି ପକ୍ଷରୁ ରାଜ୍ୟ ସମ୍ପାଦିକା ସୁରଜିତା ନାୟକ ନିବେଦନ କରିଛନ୍ତି।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ