ଜୟପୁର, 13 ଜୁଲାଇ (ହି.ସ.) ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରି ଥାନା ଚଢାଉ କରି ଦୁଇ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ମଧ୍ୟ ପ୍ରଦେଶ ଭଲେ ଗୋସ୍ୱାମୀ (୫୮) ମକଡ ସଂ (୪୧) । ଜୟପୁର ଅବକାରି ଥାନା ପେଟ୍ରୋଲିଂ କରୁଥିବା ବେଳେ ପାତ୍ରପୁଟ ଛକରେ ଗତ କାଲି ରାତ୍ର ୧୦ଟାରେ ଚଢାଉ କରିଛି । ଚଢାଉ ଦୁଇ ଅଭିଯୁକ୍ତ ଠାରୁ ୨୨ କେଜି ଗଞ୍ଜେଇ ଜବତ କରି ରାତ୍ର ୧୧ଟା ୩୦ ମିନିଟ ସମୟରେ କୋର୍ଟ ଚାଲାଣ କରିଥିବା ବିଷୟ ଆଜି ଗଣ ମାଧ୍ୟମକୁ ୁ ଜୟପୁର ଅବକାରି ଥାନା ଅଧିକାରି ସୁବ୍ରତ କେଶରି ହରିନ ସୁଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି