ବଲାଙ୍ଗୀର, ୧୩ ଜୁଲାଇ(ହି.ସ.) – ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ସେବା ସପ୍ତାହ ପାଳିତ ହେଉଥିବା ବେଳେ ରବିବାର ଅପରାହ୍ନ ଦିନ ୧. ୩୦ ମିନିଟ ସମୟରେ ମାଁ ଘଂଟାଶୁଣି ମନ୍ଦିର ସମ୍ମୁଖରେ ଲାୟନ୍ସ କ୍ଲବର ମହିଳା ସଦସ୍ୟାମାନଙ୍କ ଦ୍ୱାରା ରନ୍ଧା ଖାଦ୍ୟ ବିତରଣ କରାଯାଇଛି। ଏହି ଅବସରରେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ତଥା ଲାୟନ୍ସ କ୍ଲବ ସଦସ୍ୟା ମମତା ଦେବୀ ଜୈନ ଯୋଗଦେଇ ଲୋକଙ୍କୁ ନିଜେ ଖାଦ୍ୟ ବଂଟନ କରିଥିଲେ। ଏଥିରେ କ୍ଲବର ମହିଳା ସଦସ୍ୟା ବିନ୍ଦୁ ସାହୁ, ଜୁଲି ସାହୁ, ଗୀତାଞ୍ଜଳି ମହାରଣା, ମିନାକ୍ଷୀ ସାହୁ, ନୀତୁ ଗୋୟଲ ଖାଦ୍ୟ ବଂଟନ କରିଥିବା ବେଳେ ପ୍ରୋଜେକ୍ଟ ଚେୟାରମେନ ପ୍ରଭାତ ଗୋୟଲଙ୍କ ସହ ପରିଚାଳନା କରିବାରେ ସହଯୋଗ କରିଥିଲେ ପିଡ଼ିଜି ଯମୁନା ପ୍ରସାଦ ଗୋଏଲ, କ୍ଲବ ସମ୍ପାଦକ ପଙ୍କଜ ନାମଦେବ, କୋଷାଧ୍ୟକ୍ଷ ବିନୟ ଜୈନ, ବରିଷ୍ଠ ସଦସ୍ୟ ଶମ୍ଭୁ ଗୋଏଲ, ଲିଙ୍ଗରାଜ ସାହୁ, ମଦନ ପୃଷ୍ଟି, ସନ୍ତୋଷ ମହାନ୍ତି, ଗଙ୍ଗାଧର ଶର୍ମା, ରତ୍ନାକର ସାହୁ, ସଞ୍ଜୟ କୁମାର ନାୟକ, ସୁଧିର ମେହେର, ଶୈଳେଶ ଗୋଏଲ, ଶେଖର ସାହୁ, କ୍ଷୀର ସିନ୍ଧୁ ଦରଜୀ, ବିକାଶ ଜୈନ, କପିଲ ଜୈନ, ନିହାର ପାଣ୍ଡିଆ, ପ୍ରଦୀପ ବାରିକ, ନୀରୋଜ ପଟ୍ଟନାୟକ, ପାରସ ଅଗ୍ରୱାଲ, ଲିଓ ଅଙ୍କିତ ଗୁପ୍ତା, ସୁଭୋଦିପ ସାମନ୍ତ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ