ମା ପାଇଁ ଗଛଟିଏ ପକ୍ଷରୁ ବୃକ୍ଷରୋପଣ
ଭୁବନ, ୧୩ ଜୁଲାଇ (ହି.ସ.) - ଭୁବନ ବ୍ଲକ ସୁରପ୍ରତାପପୁର ପଂଚାୟତ ନୂଆ ଟିପିଲେଇ ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ( ମା ପାଇଁ ଗଛଟିଏ ) ବିଶ୍ୱ ପର୍ଯ୍ୟାବରଣ ଦିବସ ଜୁନ ୫ ତାରିଖ ଠାରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ
ମା ପାଇଁ ଗଛଟିଏ ପକ୍ଷରୁ ବୃକ୍ଷରୋପଣ


ଭୁବନ, ୧୩ ଜୁଲାଇ (ହି.ସ.) - ଭୁବନ ବ୍ଲକ ସୁରପ୍ରତାପପୁର ପଂଚାୟତ ନୂଆ ଟିପିଲେଇ ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ( ମା ପାଇଁ ଗଛଟିଏ ) ବିଶ୍ୱ ପର୍ଯ୍ୟାବରଣ ଦିବସ ଜୁନ ୫ ତାରିଖ ଠାରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିବା ବେଳେ ସ୍ୱେଚ୍ଛାସେବୀ ପ୍ରସନ୍ନ କୁମାର ପାଳଙ୍କ ତତ୍ୱାବଧାନରେ ନୂଆ ଟିପିଲେଇ ଗ୍ରାମର ପବନସୁତ ପୂଜା କମିଟିର ସଦସ୍ୟ ମାନଙ୍କ ଦ୍ୱାରା ମନ୍ଦିର ପରିସର ଓ ଗ୍ରାମ ର ବିଭିନ୍ନ ସ୍ଥାନରେ ଶହେରୁ ଅଧିକ ବିଭିନ୍ନ ଫୁଲ, ଫଳ ଗଛ ଲଗାଯାଇଥିଲା। ପବନସୁତ ପୂଜା କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande