ମାନସିକ ନିର୍ଯ୍ୟାତନା ଯୋଗୁଁ ଇସ୍ତଫା ଦେଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ
ସମ୍ବଲପୁର, ୧୩ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଅନ୍ତର୍ଗତ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ସ୍କୁଲ (ବିଜ୍ଞାନ) ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋସ୍ନା ଦାସ ସ୍କୁଲ୍ ଶୃଙ୍ଖଳା ଭଙ୍ଗ କରି ନିଜ ଅଧ୍ୟାପକ ଓ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି। ଫଳରେ ସ୍କୁଲ୍ ରେ ଶିକ୍ଷକ କର୍ମଚାରୀ ମହଲର
ମାନସିକ ନିର୍ଯ୍ୟାତନା ଯୋଗୁଁ ଇସ୍ତଫା ଦେଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ


ସମ୍ବଲପୁର, ୧୩ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଅନ୍ତର୍ଗତ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ସ୍କୁଲ (ବିଜ୍ଞାନ) ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋସ୍ନା ଦାସ ସ୍କୁଲ୍ ଶୃଙ୍ଖଳା ଭଙ୍ଗ କରି ନିଜ ଅଧ୍ୟାପକ ଓ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି। ଫଳରେ ସ୍କୁଲ୍ ରେ ଶିକ୍ଷକ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ବାତାବରଣ ଲାଗିରହିଛି। ଯିଏ ଅଧ୍ୟକ୍ଷାଙ୍କ କଥା ନ ମାନିଲେ ତାକୁ ଚାକିରୀରୁ ବିଦା କରିବାକୁ ଚକ୍ରାନ୍ତ ରଚି ମାନସିକ ନିର୍ଯ୍ୟାତନା ଦେଉଛନ୍ତି। ଏହି କାରଣରୁ ଗତ ୪ ତାରିଖରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ରାକେଶ ପ୍ରଧାନ ଚାକିରୀରୁ ନିଜେ ଇସ୍ତଫା ଦେଇ ଘରକୁ ଚାଲି ଯାଇଛନ୍ତି। ଅଧ୍ୟାପକ ଶ୍ରୀ ପ୍ରଧାନ ଗତ ତା୭/୦୪/୨୦୨୫ ମସିହାରେ ସ୍କୁଲ୍ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋସ୍ନା ଦାସ ତାଙ୍କୁ ଦୁର୍ବ୍ୟବହାର ଓ ଆଶାଳୀନ ମନ୍ତବ୍ୟ ଦେଉ ଥିବା ନେଇ ଡିଡବ୍ଲୁଓଙ୍କ ନିକଟରେ କାନ୍ଦି କାନ୍ଦି ଅଭିଯୋଗ କରିଥିଲେ। ପ୍ରଦତ ଅଭିଯୋଗ ଅନୁଯାୟୀ, ତାଙ୍କୁ ଅନ୍ୟ ଅଧ୍ୟାପକ ଅଧ୍ୟାପିକାଙ୍କ ସହିତ ବେଶୀ ନ ମିଶିବାକୁ ତାଗିଦ୍ କରିଥିଲେ। ଯାହା କହିଲେ ସେଇ କଥାକୁ ହଁ ମାରିବାକୁ କହିଥିଲେ। ଜମନକିରାକୁ ଯାଇ ମାର୍କେଟିଂ କରିବା, ସ୍କୁଲ କାର?୍ୟ୍ୟ ପାଇଁ ବ୍ଲକ୍ ଅଫିସ୍ କୁ ପଠାଉଥିଲେ। କୌଣସି କାମ ରେ ଅବହେଳା କଲେ ଦରମା କାଟିବାକୁ ଧମକ୍ ଦେଉଥିଲେ। ଗତ ଫେବୃଆରୀ ମାସରେ ଅଧିକ କ୍ଲାସ୍ କରିଥିଲେ ବି ମୂଳ ଦରମାରୁ ୬ ହଜାର ଟଙ୍କା କାଟି ଦେଇଥିଲେ। କୌଣସି କଥାକୁ ପ୍ରତିବାଦ କଲେ ଛାତ୍ରାବାସ ରେ ରହୁଛ ଖାଉଛ ତେଣୁ ଅଧିକ କାମ କରିବାକୁ ବାଧ୍ୟ ବୋଲି କହିଥାନ୍ତି। ତେଣୁ ବହୁତ୍ ଅସୁବିଧାର ସମ୍ମୁଖୀନ ହେବା ସହ ମାନସିକ ଚାପଗ୍ରସ୍ତ ହୋଇ ତାଙ୍କ ଉଚ୍ଚଶିକ୍ଷାରେ ବାଧା ଓ ଭବିଷ୍ୟତ ଅନ୍ଧାର ହେଉଥିବା ଜାଣି ତାଙ୍କୁ ନ୍ୟାୟ ଦେବାକୁ ଜନାଇଥିଲେ। ଏଠାରେ ପିଅନ ଭାବେ କାର୍ଯ୍ୟରତ ଥିବା କିଶୋର ଚନ୍ଦ୍ର ନାଏକ ଗତ ଏପ୍ରିଲ ୪ ତାରିଖରେ ତାଙ୍କୁ ଛୁଟୀ ଦିନ ଗୁଡ଼ିକରେ ବ୍ୟକ୍ତିଗତ କାମ କରିବାକୁ ବାଧ୍ୟ କରାଯାଉଛି। ଅଧ୍ୟକ୍ଷାଙ୍କ ଯୋଗୁଁ ମାନସିକ ଚାପରେ କାମ କରି ପାରିବେ ନାହିଁ ବୋଲି ଜଣାଇଛନ୍ତି। ତେଣୁ ତାଙ୍କୁ ଅର୍ଡାବାହାଲ୍ କିମ୍ୱା ବଡ଼ମୁଣ୍ଡାଲୋଇ ସ୍କୁଲ କୁ ବଦଳି କରିବାକୁ ଜଣାଇଛନ୍ତି। ଏହା ପୂର୍ବରୁ ତତ୍କାଳୀନ ପଦାର୍ଥ ବିଜ୍ଞାନ ଅଧ୍ୟାପିକା, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା, ଇଂରାଜୀ ଅଧ୍ୟାପକ ଓ ମେଟ୍ରୋନଙ୍କ ନାଁ ରେ ମିଥ୍ୟା ଅଭିଯୋଗ କରିଥିଲେ। ଖାଲି ଏତିକିରେ ଅଧ୍ୟକ୍ଷା ସନ୍ତୁଷ୍ଟ ହେଲେ ନାହିଁ । ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ନାଁ ରେ ଅଭିଯୋଗ କଲେ। ଏହାକୁ ନେଇ ଡିଡବ୍ଲୁଓ ଅଫିସ ରେ ଉଭୟ ବେଶ ପାଟିତୁଣ୍ଡ କରିଥିଲେ। ସ୍କୁଲରେ ଅନୈତିକ କାର୍ଯ୍ୟ ଓ ଚରିତ୍ରହିନା ଅଭିଯୋଗ ଦର୍ଶାଇ ତତ୍କାଳୀନ ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କୁ କାର୍ଯ୍ୟରୁ ଅନ୍ତର ହେବାକୁ ପଡ଼ିଥିଲା।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande