ସରସ୍ୱତୀ ଶିଶୁ ବାଟିକା କଦମ୍‌ପଡ଼ା ଠାରେ ମାତୃ ସମ୍ମିଳନୀ ଅନୁଷ୍ଠିତ
ବଲାଙ୍ଗୀର, ୧୩ ଜୁଲାଇ(ହି.ସ.) – ରବିବାର ଶିଶୁ ବାଟିକା କଦମ୍‌ପଡ଼ା ଠାରେ ଶିଶୁବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ଦେଓଗାଁ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳୀ ଗୁରୁ ଯୋଗଦାନ ପୂର୍ବକ ଦୀପ ପ୍ରଜ୍ୱଳନ କରି ଶିଶୁ ସ୍ୱାସ୍ଥ୍ୟ ତଥା
ସରସ୍ଵତୀ ଶିଶୁ ବାଟିକା କଦମ୍ ପଡା ଠାରେ ମାତୃ ସମ୍ମିଳନୀ ଅନୁଷ୍ଠିତ


ବଲାଙ୍ଗୀର, ୧୩ ଜୁଲାଇ(ହି.ସ.) – ରବିବାର ଶିଶୁ ବାଟିକା କଦମ୍‌ପଡ଼ା ଠାରେ ଶିଶୁବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ଦେଓଗାଁ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳୀ ଗୁରୁ ଯୋଗଦାନ ପୂର୍ବକ ଦୀପ ପ୍ରଜ୍ୱଳନ କରି ଶିଶୁ ସ୍ୱାସ୍ଥ୍ୟ ତଥା ଶିଶୁ ଯତ୍ନରେ ପରିବାରର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଶିଶୁ ବାଟିକା ବିଭାଗର ଗୁରୁମାମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ପରିଚାଳନା ସମିତିର ସଂପାଦକ ତରଣୀ ସେନ ପଟେଲ ଓ ଉପସଭାପତି ରବିନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ବିଦ୍ୟୁତ ରେଖା କର ଉଦେଶ୍ୟ ଜ୍ଞାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୋଟ ୧୫୦ଜଣ ଅଭିଭାବିକା ଯୋଗଦାନ କରିଥିଲେ। ପରିଶେଷରେ ଉପ ସଭାପତି ରବିନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହିତ ସମାପନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande