ସୁବର୍ଣ୍ଣପୁର, ୧୩ ଜୁଲାଇ(ହି.ସ.) – ସୋନପୁର ରେ ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ଶଲ ବୋମା ବିସ୍ଫୋରଣ କାହାଣୀକୁ ନେଇ କୋସଲି ଭାଷା ଫିଲ୍ମ ମାଇଣ୍ଡ ଗେମ୍ ପ୍ରଦର୍ଶନ କରଯାଇଛି। ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପଧାନ ମା ସୁରେଶ୍ୱରୀ ଙ୍କ ଠାରେ ଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏଡିଏମ୍ଓ ଡ଼ା. ଦୁର୍ଗା ଦତ ଦାଶ ଯୋଗ ଦେଇ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ। ଅଭିନେତା ମନୋଜ୍ ମିଶ୍ର ଅତିଥି ଙ୍କୁ ସମ୍ବର୍ôଧତ କରିଥିଲେ କ୍ଷ ଆମ ପଶ୍ଚିମ ଓଡ଼ିଶା ରେ ଫିଲ୍ମ ଇଣ୍ଡଷ୍ଟ୍ରି ନ ଥିବାରୁ ସ୍କୋପ ର ଅଭାବ ଯୋଗୁଁ କଳାକାର ମାନେ ଆଗକୁ ବଢ଼ି ପାରୁନଥିବା ପ୍ରକାଶ କରି ଏଇ ମାଧ୍ୟମ ରେ ଗାଁ ଗାଁ ରେ ସିନେମା ର ପ୍ରଚାର ପ୍ରସାର ଉଦ୍ୟମ ଆରମ୍ଭ କରି ଥିବା ବିଷୟ ଅଭିନେତା ମନୋଜ ମିଶ୍ର ପ୍ରକାଶ କରିଛନ୍ତି କ୍ଷ ଓ ସୋନପୁରର ଦର୍ଶକଙ୍କ ଉତ୍କଣ୍ଠା ଦେଖି ଭାବବିହ୍ୱଳ ହୋଇଯାଇ ଥିଲେ। ଉଦଯାପନୀ ଉତ୍ସବରେ ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାୟକ ଯୋଗଦେଇ ଏ ଘଟଣାର ଇନକ୍ୱାରୀବେଳେ ସେ ବଲାଙ୍ଗୀର ଜିଲ୍ଲା ଏସଡିପିଓ ଦାୟିତ୍ୱରେ କାର୍ଯ୍ୟରତ ଥିବା କିଛି ଅନୁଭୂତି କହିଥିଲେ।
ଏସପି ଙ୍କୁ ଓ ସମ୍ମାନିତ ଅତିଥି ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ଙ୍କୁ ଏଠାରେ ସମ୍ୱର୍ଦ୍ଧିତ କରାଯାଇଥିଲା ୩୦/୧୦ ର ବିରାଟକାୟ ଏଲଇଡି ପରଦାରେ ୫ଟି ସୋରେ ଉପଭୋଗ କଲେ ହଜାର ହଜାର ସିନେ ପ୍ରେମୀ। ବର୍ଷା ଓ ପାଣି ପାଗ ପ୍ରତିକୂଳ ସତ୍ୱେ ପ୍ରତି ସିନେମା ସୋ ରେ ଦର୍ଶକ ଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଆଗୁଆ ଟିକଟ ବୁକିଂ ଯୋଗୁଁ ଅନେକ ଦର୍ଶକ ଟିକେଟ ନପାଇ ନିରାଶ ହୋଇ ଫେରିଛନ୍ତି। ସୋନପୁରରେ ଫିଲ୍ମ ହଲ୍ ଦୀର୍ଘ ଦିନ ହେବ ବନ୍ଦ ପଡିଥିବା ବେଳେ ଏକ୍ଟର ମନୋଜ ମିଶ୍ରଙ୍କ ଉଦ୍ୟମକୁ ଜନ ସାଧାରଣ ତଥା ବୁଦ୍ଧିଜିବୀ ମହଲରେ ସ୍ୱାଗତ କରାଯାଇଛି। ସୁବାଷ ଚରଣ ପଣ୍ଡା, ସତ୍ୟ ନାରାୟଣ ଦରୁୱାନ, ବିକାଶ ମେହେର ଓ ମାନସ ପାଢ଼ୀ କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରିଥିବା ବେଳେ ସାମ୍ୱାଦିକ ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରୀପାଠୀ, ମହାଦେବ ମଲ୍ଲିକ, ରାଜ କିଶୋର ତ୍ରୀପାଠୀ କାର୍ଯ୍ୟକ୍ରମର ତତ୍ୱାବଧାନ ଓ ଅତିଥିଙ୍କ ସ୍ୱାଗତ ସତ୍କାର କରିଥିଲେ। ଲୋକଙ୍କ ଖୁବ୍ ଡିମାଣ୍ଡ ଥିବାରୁ ଦଶହରା ସମୟରେ ଏ ମାଇଣ୍ଡ ଗେମ୍ ସିନେମା ଓ ମନୋଜ୍ ମିଶ୍ର ଙ୍କ ନୂଆଁ ସିନେମା ଏ ଡବ୍ଲୁଏମକୁ ଏକ ସପ୍ତାହ ଯାଏ ପ୍ରଦର୍ଶନ କରିବାକୁ ଅଭିନେତା ଶ୍ରୀ ମିଶ୍ର ଦର୍ଶକଙ୍କୁ ପ୍ରତିଶୁତି ଦେଇ ଛନ୍ତି କ୍ଷ ଅଭିନେତା ମନୋଜ୍ ମିଶ୍ର ଓ ଚିନ୍ମୟ ମିଶ୍ର, ଅଭିନେତ୍ରୀ ମମତା ମିଶ୍ର ଏଠାରେ ଉପସ୍ଥିତ ରହି ଦର୍ଶକଙ୍କ ଉତ୍କଣ୍ଠା ଓ ପ୍ରତିକ୍ରିୟା ର ଖୁବ ମଜା ନେଇ ଥିଲେ। ପ୍ରଥମ ଶୋ ପରେ ନିଉଁ ଟାଉନ୍ ହଲ୍ର ଏ ସି ସିଷ୍ଟମ ସବୁ ଅଚଳ ହୋଇଯାଇ ଥିବାରୁ ଦର୍ଶକ ପୌର ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ