ପୋଖରୀରେ ବୁଡି ଶ୍ରମିକର ମୃତ୍ୟୁ
କୋରେଇ, ୧୩ ଜୁଲାଇ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଂଚାୟତର ବଡବରୁଣାଇପଦା ସ୍ଥିତ ମରିଚିଆ ପୋଖରୀରୁ ଜଣେ ଶ୍ରମିକର ମୃତ ଦେବା ଉଦ୍ଧାର କରାଯାଇଛି । ଶନିବାର ରାତ୍ରୀରେ ପୋଖରୀରେ ମୃତ ଦେହ ଭାସୁଥିବାର ଖବର ପାଇ ପୁଲିସ ବୈତରଣୀରୋଡ ଦମକଳ ବାହିନୀ ସହାୟତାରେ ଶବକୁ ଉଦ୍ଧାର କରି ଯାଜପୁର ସଦର
ପୋଖରୀରେ ବୁଡି ଶ୍ରମିକର ମୃତ୍ୟୁ


କୋରେଇ, ୧୩ ଜୁଲାଇ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଂଚାୟତର ବଡବରୁଣାଇପଦା ସ୍ଥିତ ମରିଚିଆ ପୋଖରୀରୁ ଜଣେ ଶ୍ରମିକର ମୃତ ଦେବା ଉଦ୍ଧାର କରାଯାଇଛି । ଶନିବାର ରାତ୍ରୀରେ ପୋଖରୀରେ ମୃତ ଦେହ ଭାସୁଥିବାର ଖବର ପାଇ ପୁଲିସ ବୈତରଣୀରୋଡ ଦମକଳ ବାହିନୀ ସହାୟତାରେ ଶବକୁ ଉଦ୍ଧାର କରି ଯାଜପୁର ସଦରମହକୁମା ଚିକିତ୍ସାଳୟକୁ ପଠାଇଥିଲା । ଆଜି ଶବ୍ୟବେବଚ୍ଛେଦ ପରେ ଅନ୍ତିମ ସତ୍କାର କରାଯାଇଛି । ପ୍ରକାଶଯେ ପଥରପଦା ମୌଜା (ବେଂଗା ଆଦିବାସି ସାହି)ର ମଧୁ ନାଏକ ନାମକ ଯୁବ ଶ୍ରମିକ ପ୍ରତିଦିନ ପରି କାମ କରିବାକୁ ଯାଆନ୍ତି । ଏମିତିକି ଅର୍ଦ୍ଧାଦିକ ଦିନ ଥାନା ସଫେଇରେ ନିୟୋଜିତ ଥାନ୍ତି । ଶନିବାର ବିଲକାମ ସାରି ଗାଧୋଇବାକୁ ମରିଚିଆ ପୋଖରୀକୁ ଯାଇଥିଲେ । ମାତ୍ର ଅସାବଧନତା ହେତୁ ଗୋଡ ଖସିଯିବାରୁ ଆଉ ଉଠିନପାରି ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ । ସ୍ତ୍ରୀ କୁନି ନାଏକ ଘରକୁ ଫେରିବା ବିଳମ୍ବିତ ଦେଖି ଖୋଜାଖୋଜି କରିଥିଲେ । ହେଲେ ତାଙ୍କୁ ପାଇନଥିଲେ । ମୃତ ଶରୀର ପୋଖରୀରେ ଭାସିବାରୁ ସ୍ଥାନୀୟ ଲୋକ ସନ୍ଧ୍ୟାରେ ଖବର ଦେଇଥିଲେ । ଏନେଇ କୁନି ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳେ ପହଂଚି ଦମକଳ ବାହିନୀ ସହାୟତାରେ ଶବ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକତ୍ସାଳୟରେ ଭର୍ତି କରିଥିଲା । ଆଜି ଏକ ଅପମୃତ୍ୟୁ ମାମଲା ୨୧/୨୫ ରୁଜ୍ଜୁ କରି ବ୍ୟବଚ୍ଛେଦ ପରେ ତାର ମରଶରରକୁ ଅନ୍ତିମ ସତ୍କାର କରାଯାଇଛି । ମଧୁଙ୍କ ସ୍ତ୍ରୀ କୁନି ଜଣେ ଭିନ୍ନକ୍ଷମ ମହିଳା ଅଟନ୍ତି । ତାଙ୍କର ଦୁଇଟି ଛୋଟ ପୁଅ ଅଛନ୍ତି । ମଧୁ ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତିଥିଲେ । ତାଙ୍କର ମୃତ୍ୟୁ ପରେ ସେ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରମାବାସୀଙ୍କ ପକ୍ଷରୁ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande