ଆରଏସଏସ ର ଶ୍ରୀଗୁରୁ ଦକ୍ଷିଣା ଉତ୍ସବ
ଜୟପୁର, 13 ଜୁଲାଇ (ହି.ସ.) ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଛଅ ଗୋଟି ମୁଖ୍ୟ ଉତ୍ସବ ମଧ୍ୟରୁ ଶ୍ରୀଗୁରୁ ଦକ୍ଷିଣା ଉତ୍ସବ ସ୍ଥାନୀୟ ଶାରଦା ବିହାର ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ପଶ୍ଚିମ ପ୍ରାନ୍ତ ସଂଘ ଚାଳକ ପ୍ରଫେସର ଡ. ସନାତନ ପ୍ରଧାନ ଅତିଥି ରୂପେ ବିଶିଷ୍ଟ ବ୍
ଆରଏସଏସ ର ଶ୍ରୀଗୁରୁ ଦକ୍ଷିଣା ଉତ୍ସବ।


ଜୟପୁର, 13 ଜୁଲାଇ (ହି.ସ.) ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଛଅ ଗୋଟି ମୁଖ୍ୟ ଉତ୍ସବ ମଧ୍ୟରୁ ଶ୍ରୀଗୁରୁ ଦକ୍ଷିଣା ଉତ୍ସବ ସ୍ଥାନୀୟ ଶାରଦା ବିହାର ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ପଶ୍ଚିମ ପ୍ରାନ୍ତ ସଂଘ ଚାଳକ ପ୍ରଫେସର ଡ. ସନାତନ ପ୍ରଧାନ ଅତିଥି ରୂପେ ବିଶିଷ୍ଟ ବ୍ୟବସାୟୀ କାଳୁ ପ୍ରସାଦ ପଣ୍ଡା ଏବଂ ନଗର ସଂଘ ଚାଳକ ଡ ନିରଞ୍ଜନ ମିଶ୍ର ମଞ୍ଚାସିନ ଥିବାବେଳେ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ନଗର କାର୍ଯ୍ୟବାହ ଡ.ମୋନରଞ୍ଜନ ପ୍ରଧାନ ଏବଂ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶିକ୍ଷକ ମୁକୁନ୍ଦ ଭାଇ ରହିଥିବା ବେଳେ ପ୍ରାର୍ଥନା ପ୍ରମୁଖ ସୁବ୍ରତ କୁମାର ପଣ୍ଡା ରୋହିଥିଲେ। ଶ୍ରୀଗୁରୁ ଦକ୍ଷିଣା ସମ୍ବନ୍ଧେ ନିଜ ବକ୍ତବ୍ୟରେ ମୁଖ୍ୟବକ୍ତା କହିଥିଲେ ସନାତନିଙ୍କ ଆଦ୍ୟ ଗୁରୁ ଋଷି ବ୍ୟାସଦେବଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଷାଢ଼ ପୂର୍ଣ୍ଣିମା ଦିନ ଶ୍ରୀଗୁରୁ ଦକ୍ଷିଣା ଉତ୍ସବ ପାଳନ କରା ଯାଉଥିଲା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିଷ୍ଠା ହେବାର କେବଳ ମାତ୍ର ଏକ ଶହ ବର୍ଷ ହେବ ଏହି ଉତ୍ସବ ପାଳନ କରିଆସୁଛି କିନ୍ତୁ ଏହି ଗୁରୁ ପୂର୍ଣ୍ଣିମା ଆବାହମାନ କାଳରୁ ପ୍ରଚଳିତ ରହିଛି ଏବଂ ଏହି ଦିନ ନିଜ ଶକ୍ତି ଏବଂ ସାମର୍ଥ୍ୟ ଅନୁଯାଇ ଗୁରୁଙ୍କୁ ସମର୍ପଣ ଦିଆଯାଏ କିନ୍ତୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗୌରିକ ଧ୍ୱଜକୁ ଗୁରୁ ହିସାବରେ ଗ୍ରହଣ କରି ଥିବାରୁ ଏହି ପରମ ପବିତ୍ର ଧ୍ଵଜକୁ ପ୍ରଣାମ ଜଣାଇ ନିଜ ଶକ୍ତି ମୁତାବକ ସେବା ରାଶି ସ୍ୱୟଂସେବକ ଅର୍ପଣ କରିଥାଏ ବୋଲି କହିବା ସହ ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟ ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମେ ଏକାତ୍ମତା ସ୍ତତ୍ରୋ ବିଷ୍ଣୁ ପ୍ରସାଦ ସାହୁ ପାଠ କରିଥିଲେ ପରେ ସାଙ୍ଗିକ ଗୀତ,ବ୍ୟକ୍ତିଗତ ଗୀତ ଗାନ ଏବଂ ଅମୃତ ବଚନ ପାଠ କରାଯାଇଥିଲା। ମୁଖ୍ୟ ବକ୍ତାଙ୍କ ଅଭିଭାଷଣ ପରେ ସଂଘ ପ୍ରାର୍ଥନା ଏବଂ ବିକିର ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande