ସମ୍ବଲପୁର, ୧୩ ଜୁଲାଇ (ହି.ସ.)
ପଶ୍ଚିମାଞ୍ଚଳ ଏକତା ମଞ୍ଚ ସମ୍ବଲପୁର ତରଫରୁ ସମ୍ବଲପୁର ଜେଲ ଛକ ନିକଟସ୍ଥ ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଡେରା ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଙ୍କୁ ନିମନ୍ତ୍ରଣ କରାଯାଇଛି । ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଭୁବନେଶ୍ବର ସ୍ଥିତ ସେମାନଙ୍କର ବାସଭବନରେ ନିମନ୍ତ୍ରଣ କରାଯାଇଅଛି । ମଞ୍ଚର ଆବାହକ ଭାବନୀ ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଓ ସଙ୍ଗଠନ ସଂଯୋଜକ ସୁବୋଧ ଦୋରା ସମସ୍ତଙ୍କୁ ସାକ୍ଷାତ କରି ସମ୍ବଲପୁରୀ ଉତ୍ତରୀୟ, ନିଉତା ପତର ଓ ସରସତିଆ ଦେଇ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ରେ ସମିଲ ହେବାକୁ ଅନୁରୋଧ କରିଥିଲେ । ସମସ୍ତେ ମଞ୍ଚର ସଦସ୍ୟ ମାନଙ୍କୁ ସମ୍ବଲପୁରୀ ଦିନର ସଫଳତା ନେଇ ଶୁଭକାମନା ଜଣାଇଥିଲେ । ଏହା ସହିତ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ସମ୍ବଲପୁର ବିଧାୟକ ତଥା ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ବରିଷ୍ଠ ଉପଦେଷ୍ଟା ଜୟନାରାୟଣ ମିଶ୍ର ସମ୍ବଲପୁରୀ ଦିନ କୁ ଉତ୍ସାହ ଉଦ୍ଦୀପନା ସହିତ ପାଳନ କରିବା ସହିତ ସମ୍ବଲପୁରୀ ଦିନ ପାଳନ କରି ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାର ଙ୍କ ସମ୍ବଲପୁରୀ ପ୍ରତି ଦେଇଥିବା ତ୍ୟାଗ ଓ ବଳିଦାନ କୁ ମନେପକେଇବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଆହ୍ୱାନ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ