ସଂକଳ୍ପ ପ୍ରଶିକ୍ଷଣ ଶିବିର ଉଦଯାପିତ ପ୍ରଶିକ୍ଷଣ ନେଲେ ୮୫ ଜଣ ପ୍ରଶିକ୍ଷାର୍ଥୀ
ବଲାଙ୍ଗୀର, ୧୩ ଜୁଲାଇ(ହି.ସ.) – ସ୍ଥାନୀୟ ପିଏମଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପାଂଚଦିନଧରି ଦିଆଯାଉଥିବା ''ସଂକଳ୍ପ'' ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ସମଗ୍ର ଶିକ୍ଷା ଅଭିଯାନ ପେଡ
ସଂକଳ୍ପ' ପ୍ରଶିକ୍ଷଣ ଶିବିର ଉଦଯାପିତ ପ୍ରଶିକ୍ଷଣ ନେଲେ ୮୫ ଜଣ ପ୍ରଶିକ୍ଷାର୍ଥୀ


ବଲାଙ୍ଗୀର, ୧୩ ଜୁଲାଇ(ହି.ସ.) – ସ୍ଥାନୀୟ ପିଏମଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପାଂଚଦିନଧରି ଦିଆଯାଉଥିବା 'ସଂକଳ୍ପ' ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ସମଗ୍ର ଶିକ୍ଷା ଅଭିଯାନ ପେଡାଗୋଜି ବିଭାଗର ସଂଯୋଜିକା ମଧୁସ୍ମିତା ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରର ଉଦ୍ଘାଟନୀ ସଭାରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ମୁଁ କିଏ? ପ୍ରଶ୍ନର ଉତର ଖୋଜିବା ସହ ନିଜର ଆଚରଣ ଓ ଉଚ୍ଚାରଣରେ ଶିକ୍ଷକର ଗାରିମାକୁ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ। ଶିବିରରେ ବଲାଙ୍ଗୀର ଜିଲ୍ଲାର ୬୫ଜଣ ଓ ସୋନପୁର ଜିଲ୍ଲାରୁ ୧୯ଜଣ ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ।ଶିକ୍ଷକ ରାମଗୋପଲ ଖମାରୀ ଶର୍ମା, ଜନତା ନାଗ,ଅମ୍ବୁଜ ପଟେଲ,ଯଦୁମଣି ବଗର୍ତି, ଅଚ୍ୟୁତା ନନ୍ଦ ସାହୁ, ସତ୍ୟ କୁମ୍ଭାର, ସୁନୀଲ ବେହେରା ଓ ସୁନୀଲ ପାତ୍ର ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ।ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟରେ ପିଲାମାନଙ୍କୁ କିପରି ଉନ୍ନତ ମାନର ଶିକ୍ଷା ଦିଆଯାଇପାରିବ ସେଥିପାଇଁ ୧୯ଟି ମୋଡ଼ୁଲ ର ଧାରଣା ଦିଆଯାଇଥିଲା। ତନ୍ମଧ୍ୟରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା, ଶ୍ରେଣୀ ଶିକ୍ଷାରେ ଶିକ୍ଷକଙ୍କ ଭୂମିକା,ଜାତୀୟ ଶିକ୍ଷାନୀତି -୨୦୨୦, ପଂଚସଖା ସେତୁ ର କାର୍ଯ୍ୟ, ବିଦ୍ୟାଳୟର ଭିଜନ ପ୍ରସ୍ତୁତି,କ୍ୟାରିଅର କାଉନସିଲିଂ ଆଦି ବିଷୟରେ ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରାଯାଇଥିଲା। ବିଭିନ୍ନ ପ୍ରକାରର କ୍ରିୟାକଳାପ ମାଧ୍ୟମରେ ପ୍ରଶିକ୍ଷାର୍ଥୀ ମାନେ ପ୍ରଶିକ୍ଷଣ ଦେଇଥିଲେ।ଉଦଯାପନୀ ସଭାରେ ଏଡିଇଓ ସେବାଶ୍ରୀ ଭୋଇ, ବିଇଓ ସଇଁତଳା ଦିଲୀପ ଯୋଶୀ, ଜ଼ିଲ୍ଲା ବିଜ୍ଞାନ ନିରୀକ୍ଷକ ନବଘନ ସାହୁ, ଏବିଇଓ ସନ୍ଧ୍ୟାରାଣୀ ଧରୁଆ, ପିଏମଶ୍ରୀ ପି.ଆର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠି ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande