ସିୱା ପକ୍ଷରୁ ସ୍ୱେଚ୍ଚାସେବୀ ଅନୁଷ୍ଠାନ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଜୟପୁର, ୧୩ ଜୁଲାଇ (ହି.ସ.) - ଜୟପୁର ସହରର ଅଗ୍ରୀଣ ଅନୁଷ୍ଠାନ ‘ସିୱା’ ପକ୍ଷରୁ ରବିବାର ଚଳିତ ବର୍ଷର ବୃକ୍ଷରୋପଣ କାର?୍ୟ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଏଥିରେ ଗାଗନାପୁର ବାଲୁଙ୍କେଶ୍ୱର ମନ୍ଦିର ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ନିମନ୍ତେ ସ୍ଥାନୀୟ ସରକାରୀ ଜମିରେ ଅନୁଷ୍ଠାନ ପକ୍ଷରୁ ଏକ ହଜାରଟି ବିଭିନ୍ନ କିସ
ସିୱା ପକ୍ଷରୁ ସ୍ବେଚ୍ଚାସେବୀ ଅନୁଷ୍ଠାନ ବୃକ୍ଷରୋପଣ କାର୍ଯ୍ୟକ୍ରମ


ଜୟପୁର, ୧୩ ଜୁଲାଇ (ହି.ସ.) - ଜୟପୁର ସହରର ଅଗ୍ରୀଣ ଅନୁଷ୍ଠାନ ‘ସିୱା’ ପକ୍ଷରୁ ରବିବାର ଚଳିତ ବର୍ଷର ବୃକ୍ଷରୋପଣ କାର?୍ୟ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଏଥିରେ ଗାଗନାପୁର ବାଲୁଙ୍କେଶ୍ୱର ମନ୍ଦିର ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ନିମନ୍ତେ ସ୍ଥାନୀୟ ସରକାରୀ ଜମିରେ ଅନୁଷ୍ଠାନ ପକ୍ଷରୁ ଏକ ହଜାରଟି ବିଭିନ୍ନ କିସମର ବୃକ୍ଷ ଚାରା ରୋପଣ କରାଯାଇଥିଲା । ବରିଷ୍ଠ ସଦସ୍ୟ ବିନାୟକ ମହାପାତ୍ର ଏବଂ ଜି.ଭି ରେଡ୍ଡୀଙ୍କ ପ୍ରତ୍ୟୋକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମେତ ଆଗାମୀ ଦିନରେ ସହରର ଆଖାପାଖ ବିଭିନ୍ନ ସ୍ଥାନରେ ପୁଣି ଏକ ହଜାର ଗୋଟି ଚାରାରୋପଣ କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ସଭାପତି ସୁଧାକର ପଟ୍ଟନାୟକ ସୂଚନା ଦେଇଛନ୍ତି । ସ୍ଥାନୀୟ ବନ ବିଭାଗ ସହାୟତାରେ ଚାରା ରୋପଣ ନିନ୍ତେ ଗାତ ଖୋଳିବା ସାର, ଖତ ଏବଂ କୀଟନ ନାଶକ ଔଷଧ ସଂଗ୍ରହ ପାଇ ସଂସ୍ଥାର ସଦସ୍ୟ କୃଷ୍ଣଚଦ୍ର ଦାଶ ଏବଂ ପ୍ରଦୀପ୍ତ ସାହୁଙ୍କ ପ୍ରୟାସରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କେଳବ ଚାରା ରୋପଣ ନୁହେଁ ଏହାର ସୁରକ୍ଷା ଏବଂ ଯତ୍ନ ନେବାକୁ ସଂସ୍ଥାର ସମସ୍ତ ସଦସ୍ୟଙ୍କ ସହାୟତା ନେଇ ସଂସ୍ଥାର ବରିଷ୍ଠ ସଦସ୍ୟ ପ୍ରତାପ ପଟ୍ଟନାୟକ ଆହ୍ୱାନ ଦେବା ସହ ସଂସ୍ଥା ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ନେଇ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ୨୭ବର୍ଷ ହେଲାଣି ସିୱା ଅନୁଷ୍ଠାନ ପ୍ରତି ବର୍ଷ ବର୍ଷା ଋତୁରେ ଜୟପୁର ଆଖପାଖ ଖାଲି ସରକାରୀ ଜମି ଏବଂ ରାସ୍ତା ପାର୍ଶ୍ୱରେ ନିୟମିତ ବୃକ୍ଷରୋପଣ ସହ ଜଙ୍ଗଲ ସୃଷ୍ଟି କରିବାରେ ପ୍ରୟାସ ଜାରୀ ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ରଞ୍ଜିତ ନାୟକ, ସୌମ୍ୟରଞ୍ଜନ ଦଳେଇ, ଆନନ୍ଦ ମୁନ୍ଦ୍ରା, ଦୀପକ ଷଢ଼ଙ୍ଗୀ, ଗୋପାଳ ସାହୁ, ରଘୁନାଥ ପାଣିଗ୍ରାହୀ, ମୁନ୍ନା ଚୌଧୁରୀ, ରମେଶ ଚୌଧୁରୀ, କେ.ମୋହନ ରାଓ, ବି.ନଳନୀ କୁମାର, ରମେଶ ପଟ୍ଟନାୟକ, କେ. କ୍ରୀଷ୍ଣା ରାଓ, ରବିନ୍ଦ୍ରନାଥ ସାହୁ ଏବଂ ମୁରଲୀକ୍ରୀଷ୍ଣା ପଟ୍ଟନାୟକ ପ୍ରମୁଖ ସପରିବାର ଅଂଶ ଗ୍ରହଣ ସହ ସହରର ସିଟି ଉଚ୍ଚବିଦ୍ୟାଳୟ ଏବଂ ଏକମ୍ବା ଉଚ୍ଚ ବିଦ୍ୟାଳୟର ଛାତ୍ର ଓ ଛାତ୍ରୀମାନେ ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande