ଟ୍ରକ ଧକ୍କାରେ ପୁଅ ମୃତ,ବାପ ଝିଅ ଗୁରୁତର
ସୁବର୍ଣ୍ଣପୁର, 13 ଜୁଲାଇ (ହି.ସ) ଗତ ରାତି ପ୍ରାୟ ୯ଘଣ୍ଟା ସମୟରେ ବିନିକା-ସୋନପୁର ମୁଖ୍ୟ ରାସ୍ତାର ବିନିକା ନିକଟ ଗଣ୍ଡା ମେହେର ପୋଳ ନିକଟରେ ଟ୍ରକ ଧକ୍କାରେ ଘଟଣାସ୍ଥଳ ରେ ପୁଅ ମୃତ ହୋଇଥିବା ବେଳେ ବାପ ଝିଅ ଗୁରୁତର ଆହତ ହେବା ଭଳି ଅଭାବନୀୟ ଘଟଣା ଘଟିଛି |ମୃତକ ହେଳେ ବିନିକା ସହର ନୂଆପଡାର ଘୁଂଡୁଗ
ଟ୍ରକ ଧକ୍କାରେ ପୁଅ ମୃତ,ବାପ ଝିଅ ଗୁରୁତର


ସୁବର୍ଣ୍ଣପୁର, 13 ଜୁଲାଇ (ହି.ସ)

ଗତ ରାତି ପ୍ରାୟ ୯ଘଣ୍ଟା ସମୟରେ ବିନିକା-ସୋନପୁର ମୁଖ୍ୟ ରାସ୍ତାର ବିନିକା ନିକଟ ଗଣ୍ଡା ମେହେର ପୋଳ ନିକଟରେ ଟ୍ରକ ଧକ୍କାରେ ଘଟଣାସ୍ଥଳ ରେ ପୁଅ ମୃତ ହୋଇଥିବା ବେଳେ ବାପ ଝିଅ ଗୁରୁତର ଆହତ ହେବା ଭଳି ଅଭାବନୀୟ ଘଟଣା ଘଟିଛି |ମୃତକ ହେଳେ ବିନିକା ସହର ନୂଆପଡାର ଘୁଂଡୁଗୋପାଳ ମେହେର(୩୫), ଆହତ ହେଳେ ତାଙ୍କ ବାପା ବିଦ୍ୟା ମେହେର (୬୬) ଏବଂ ଭଉଣୀ ଯଶୋବନ୍ତି ମେହେର(୨୦) |ସୂଚନା ଅନୁସାରେ ଉଭୟ ୩ ଜଣ ଏକ ବାଇକ ଯୋଗେ ସାଗରପାଲି ତାଙ୍କର ସମ୍ପର୍କୀୟ ଘରକୁ ଯାଇଥିଲେ |ସେଠାରୁ ଫେରୁଥିବା ସମୟରେ ରାତ୍ର ପ୍ରାୟ ୮. ୩୦ ସମୟରେ ଗଣ୍ଡାମେହେର ପୋଲ ନିକଟରେ ବିନିକା ପଟରୁ ଯାଉଥିବା ଏକ ଅଜଣା ଟ୍ରକ ସେମାନଙ୍କୁ ଧକ୍କା ଦେଇ ଘୁଂଡୁଗୋପାଳ ଉପରକୁ ଟ୍ରକଟି ଚଢି ଯାଇଥିଲା |ଟ୍ରକ ଦୁର୍ଘଟଣା ଘଟାଇ ଫେରାର ମାରିଛି |ଘଟଣାସ୍ଥଳରେ ହଁ ଘୁଂଡୁଗୋପାଳଙ୍କ ମୃତ୍ୟୁ ଘଟିଛି | ବିଦ୍ୟା ଏବଂ ଯଶୋବନ୍ତିଙ୍କୁ ବିନିକା ଡାକ୍ତରଖାନା କୁ ଆଣି ଚିକିତ୍ସା କରାଯାଉଛି | ବିନିକା ପୁଲିସ ପହଂଚି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଶବ ଜବତ କରି ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ ନିଆ ଯାଇଛି | ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ |ଦୁର୍ଘଟଣା ଘଟାଇ ଫେରାର ମାରିଥିବା ଟ୍ରକକୁ ପୁଲିସ ଖୋଜାଖୋଜି କରୁଥିବା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ପ୍ରକାଶ କରିଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande