କେନ୍ଦ୍ରାପଡ଼ା, ୧୩ ଜୁଲାଇ(ହି.ସ.) – ମୋ ଗାଁ ମୋ ସ୍ୱାଭିମାନ ଅନୁଷ୍ଠାନ ତରଫରୁ ଗାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ଆବାହକ ବଳରାମ ସେଠୀ ଙ୍କ ନେତ୍ରୀତ୍ୱରେ ପ୍ରଥମେ କୋରୋ ଜଗନ୍ନାଥ ମନ୍ଦିର ଠାରୁ ଉଛରପଡ଼ା ପର୍ଯ୍ୟନ୍ତ ବିଭିନ୍ନ ବୃକ୍ଷ ଯଥା ନିମ୍ବ, ହରିଡ଼ା, ବାହାଡା,କରଞ୍ଜ ଆଦି ଏକଶହରୁ ଉର୍ଦ୍ଧ ଔଷଧୀୟ ବୃକ୍ଷ ରୋପଣ କରାଯାଇ ଗଛର ଚତୁର୍ପାଶ୍ୱରେ ବାଡ଼ ଦିଆଯାଇଥିଲା। ଦୁଇପ୍ରହରରେ ସ୍ଥାନୀୟ କୋରୋ ସରସ୍ୱତୀ ଛକ ଠାରେ ବିଭିନ୍ନ ଫଳ ବୃକ୍ଷ ଯଥା ଆମ୍ବ, ପିଜୁଳି, ଲେମ୍ବୁ, ପଣସ, ଲାଲ ଚନ୍ଦନ ଆଦି ବୃକ୍ଷ ବଂଟନ କରାଯାଇ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପି୍ଏମ ଶ୍ରୀ କୋରୋ ପଂଚାୟତ ହାଇସ୍କୁଲ ର ଗାଇଡ଼ ପିଲାମାନଙ୍କ ସମେତ ଖଗେଶ୍ୱର ସୁତାର, ରଞ୍ଜନ ମଳିକ, ଶ୍ରୀଧର ବେହେରା, ଜୟପ୍ରକାଶ ବରାଳ, ଦିଲ୍ଲୀପ ରାଉତ, ପ୍ରଫୁଲ୍ଲ ମଳିକ, ମେଘନାଦ ମଳିକ, ସଞ୍ଜୟ ପାତ୍ର, ରଞ୍ଜନ ବାରିକ, ପ୍ରଶାନ୍ତ ସାହୁ, ଗିରିଧାରୀ ମଳିକ, ଭଜନ ସୁତାର, ସୁଶାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି