ଭୁବନେଶ୍ୱର, 13 ଜୁଲାଇ (ହି.ସ.)- ବାଲେଶ୍ୱର ଏଫଏମ
କଲେଜରେ ଛାତ୍ରୀ ଆତ୍ମହୁତି ଘଟଣା । ଭେଣ୍ଟିଲେଟରରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିବା
ପରେ ହସ୍ପିଟାଲ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଛାତ୍ରୀଙ୍କ
ଅବସ୍ଥା ଗୁରୁତର ରହିଛି। ଆହୁରି 48 ଘଣ୍ଟା
ଅବଜରବେଶନ ରହିବେ ଛାତ୍ରୀ। ଶରୀର ବାହ୍ୟ
ଅଂଶରୁ ଯେଉଁ କ୍ଷତ ହୋଇଛି ସେଥୁରୁ ଜଣାପଡୁଛି ୯୫
ପ୍ରତିଶତ ପୋଡ଼ିଯାଇଛି। ଶରୀରର ଅଧିକାଂଶ ଅଂଶରେ
ଡ଼ିପ ବର୍ଣ୍ଣ ହୋଇଛି। ଶ୍ୱାସନଳିର କିଛି ଅଂଶ
ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛି। କାଲିଠାରୁ ଭେଣ୍ଟିଲେଟର ସାହାଯ୍ୟରେ ଛାତ୍ରୀଙ୍କୁ
ରଖାଯାଇଛି। ସ୍ୱାସ୍ଥ୍ୟ ଅବସ୍ଥାରେ ବିଶେଷ ପରିବର୍ତନ ହୋଇନି। ଶରୀର ଇଣ୍ଟେରନାଲ ପାର୍ଟ ମଧ୍ୟରେ କିଡ଼ନୀ ଏବଂ ଲଙ୍ଗସ ପ୍ରଭାବିତ ହୋଇଛି। ମାତ୍ର
ଇଣ୍ଟରନେଲ ପାର୍ଟ କେତେ ଅଧିକ କ୍ଷତ ହୋଇଛି ତାହା
ଏବେ କହିବ କଷ୍ଟକର। ଅବସ୍ଥା ଗୁରୁତର ରହିଛି। ବର୍ଣ୍ଣ
କେସ୍ରେ ଇନଫେକ୍ସନର ସମ୍ଭାବନା ଅଧିକ ଥିବାରୁ ଘର ଲୋକଙ୍କୁ ଦେଖିବାକୁ ମଧ୍ୟରେ
ଛଡାଯାଇନାହିଁ। ପୀଡ଼ିତା ନିଃଶ୍ୱାସ ନେବାରେ
ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏୟାର ଲିଫିଟଙ୍ଗ ହେବ କି ନାହିଁ କମିଟି ନିଷ୍ପତି ନେବ । ବିଭିନ୍ନ ବିଭାଗ ଯେମିତିକି
ବର୍ଣ୍ଣ ଏବଂ ପ୍ଲାଷ୍ଟିକ,ମେଡ଼ିସିନ ପଲମନାରୀ, କ୍ରିଟିକାଲ କେୟାର, କାର୍ଡ଼ିଓଲୋଜି, ନେପରୋଲୋଜି,ନର୍ସିଙ୍ଗ ବିଭାଗର ବରିଷ୍ଠ ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି। ସକାଳୁ ଡ୍ରେସିଂ ହୋଇଥିବା
ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା