ଧର୍ମଶାଳା,୧୩ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଅଂଚଳର ଅଗ୍ରଣୀ ସମ୍ବାଦ ଭିତିକ ପତ୍ରିକା ଓ ଡିଜିଟାଲ ନିୟୁଜ ଚ୍ୟାନେଲ ପକ୍ଷରୁ ଜାରକାସ୍ଥିତ ଧର୍ମଶାଳା କ୍ଲବ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟିକ ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଗୌତମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମଜର ପୁର୍ବତନ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ପ୍ରାବନ୍ଧିକ ବ୍ରହ୍ମାନନ୍ଦ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ସାମଜସେବୀ ମିନତୀ ସାହୁ ଓ ଡ. ରବିନ୍ଦ୍ର ବିହାରୀ ଯୋଗଦେଇ ଗ୍ରାମାଂଚଳରୁ ପ୍ରକାଶିତ ହେଉଥିବା ସୂର୍ଯ୍ୟାସ୍ତ ମାସିକ ପତ୍ରିକା ଓ ଡିଜିଟାଲ ନିୟୁଜ ସମ୍ପର୍କରେ ଆଲୋଚନା କରିବା ସହ ଏହାର ପ୍ରଶଂସା କରିଥିଲେ । ଏହି ଅବସରରେ କେନ୍ଦ୍ରୀୟ ବାଲ ସାହିତ୍ୟ ପୁରସ୍କାର ପାଇଁ ଚୟନ ହୋଇଥିବା ବିଶିଷ୍ଟ ଶିଶୁ ସହିତ୍ୟିକ ରାଜକିଶୋର ପାଢୀଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଡ. ପାଢୀ ନିଜର ଉତର ରଖିଥିଲେ । ଏଥିସହ ସୂର୍ଯୟାସ୍ତ ନିୟୁଜର ସାମ୍ବାଦିକ ସୁଭେନ୍ଦୁ ସାମଲ ଓ ସତ୍ୟଜିତ ଦତଙ୍କୁ ଅତିଥିମାନେ ମାନପତ୍ର ଓ ଉପଢୌକନ ଦେଇ ସମ୍ବଦ୍ଧିତ କରିଥିଲେ । ସୂର୍ଯ୍ୟସ୍ତର ସମ୍ପାଦକ ବିବେକାନନ୍ଦ ରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶଶି ଭୁଷଣ ଦ୍ୱାରୀ ସୂଚନା ପ୍ରଦାନ କରିଥିବା ବେଳେ ଅଖିଳ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଗଣେଶ୍ୱର ବେହେରା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ ଓ ବୁଦ୍ଧିଜିବୀ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ