ଭୁବନେଶ୍ୱର, 13 ଜୁଲାଇ
(ହି.ସ)- ବାଲେଶ୍ବର ଏଫଏମକଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ବର୍ଷିଛି ବିଜେଡି । ବିଜେଡି ମୁଖ୍ୟାଳୟ
ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ବେଳାଭୂମି ଅସୁରକ୍ଷିତ, କଲେଜ କ୍ୟାମ୍ପସ
ଅସୁରକ୍ଷିତ । ଗତକାଲି ବିଜେଡି କମିଟି ଏମ୍ସଯାଇଥିଲା । ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି, ଜାଣିବାକୁ ଆଉ ଏକ
ଟିମ ଆଜି ଯିବ । ଜଘନ୍ୟ ବିଭତ୍ସ ଘଟଣା ଘଟିଛି । ସେ ଝିଅ ସାଂସଦ, ମନ୍ତ୍ରୀ
ସମସ୍ତଙ୍କୁ ଜଣାଇଥିଲେ । 10 ଦିନ ହୋଇଗଲା, କିଛି ହେଲାନି । ଛାତ୍ରୀ
ସୁରକ୍ଷିତ ନୁହଁନ୍ତି । ଏହି ସବୁ ଘଟଣା
ରୋକିବାକୁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦେବୀ ମିଶ୍ର ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା