ବାହୁଡ଼ାଯାତ୍ରା ପରେ ବଦଶଙ୍ଖ କୁ କ୍ୟାବିନ ବାହୁଡ଼ିଲା
ପୁରୀ,, 13 ଜୁଲାଇ (ହି.ସ.)-ପୁରୀ ହେବ ମହାନଗର ନିଗମ | ପ୍ଲେନ ଉଡ଼ିବ, ଅଧିକ ଟ୍ରେନ ଚାଲିବ| ଭାଟୀକାନ ସିଟି ପରି ଚକ ଚକ କରିବ | ହେଲେ ବଡଦାଣ୍ଡ ର ଦୟନୀୟ ଆବସ୍ଥା ସରୁନାହିଁ | ରଥଯାତ୍ରା ପାଇଁ ବଡଦାଣ୍ଡ ସଫା ରହିଥିଲା|ଜାତୀୟ ରାଜପଥ ପକ୍ଷ ରୁ ଏବର୍ଷ ନୂଆ ପିଚୁ ହୋଇଛି| ବଦଶଙ୍ଖ ଜାତୀୟ ରାଜପଥ ବାଟରେ ବସୁଛି ହାଟ | ବାଉଁଶ ପୋତିବା ପାଇଁ ଶହ ଶହ ଗାତ ଖୋଳା ଯାଉଛି | ମେଡିକାଲ ଛକ ଠାରୁ ସିଂହ ଦ୍ୱାର ନୋ ଭେଣ୍ଡିଙ୍ଗ ଜୋନ ଯୋଗୁଁ ବାରଶହ ରୁ ଉର୍ଦ୍ଧ ଉଠାଦୋକାନୀ ଏବେ ରୋଜଗାର ଶୂନ୍ୟ | ନୀଳାଦ୍ରି ବିଜେ ରେମହାପ୍ରଭୁ ରତ୍ନ ସିଂହାସନ କୁ ବାହୁଡ଼ି ଥିଲେ |ଏବେ ରଥଯାତ୍ରା ପୂର୍ବରୁ ବଦଶଙ୍ଖ ରୁ ଶହ ଶହ କ୍ୟାବିନ ଅନ୍ୟତ୍ର ଯାଇଥିବା ବେଳେ ଏବେ ଗୋଟେ ଗୋଟେ କ୍ୟାବିନ ପୁଣି ସେହି ସ୍ଥାନ କୁ ବାହୁଡ଼ିଲାଣି|
ଦେଢଶ ଫୁଟ ବଡଦାଣ୍ଡ ରୁ କେବଳ ପନ୍ଦର ଫୁଟ ରାସ୍ତା ଗାଡି ଯିବା ପାଇଁ ବାଟ ରହୁଛି| ମହାନଗର ନିଗମ ହେବା ପୂର୍ବରୁ ଦୋକାନୀ ଙ୍କୁ ଥାଇଥାନ କରାଯାଇ ବଡଦାଣ୍ଡ ନୋ ଭେଣ୍ଡିଙ୍ଗ ଜୋନ କରିବାକୁ ବୁଦ୍ଧିଜୀବୀ ଦାବୀ କଲେଣି|
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ