ଭୁବନେଶ୍ୱର, 13 ଜୁଲାଇ
(ହି.ସ)- ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଛନ୍ତି । 72 କାର୍ଯ୍ୟକର୍ତ୍ତା ଘୋଷଣା
ହୋଇଛନ୍ତି । କିଛି କମିଟି ଘୋଷଣା ଵି ସରିଛି ।ଏହି ମାସ ଶେଷ ସୁଦ୍ଧା ତାଙ୍କ ଅନୁମୋଦନରେ ସମସ୍ତ
କମିଟି ଗଠନ ସରିବ ବୋଲି ସୂଚନା ଦେଇଛନ୍ତି ଦେବୀ ମିଶ୍ର । ସେ ମୁମ୍ବାଇରେ ଥିବା ସମୟରେ ଟୁଇଟ
ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ । ରଥଯାତ୍ରା ବିଭ୍ରାଟ, ଗୋପାଳପୁର
ବେଳାଭୂମିରେ ଛାତ୍ରୀ ଗଣଦୁଷ୍କର୍ମ, ରବି ଧାନ କିଣା ଅବ୍ୟବସ୍ଥା ନେଇ ସେ ସଚେତନ ବିରୋଧୀ ଦଳ ନେତା ଭାବେ
ମତ ଦେଇଛନ୍ତି । ତାଙ୍କ ମାର୍ଗଦର୍ଶନ ହିଁ କାର୍ଯ୍ୟକ୍ରମ ଚାଲୁଛି ଓ ଚାଲୁଥିବ ବୋଲି ଦେବୀ
ମିଶ୍ର କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା