ଭୁବନେଶ୍ୱର, 13 ଜୁଲାଇ
(ହି.ସ)- ବାଲେଶ୍ବର ଏଫଏମକଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା । ସୁରକ୍ଷା ମାଗିଲେ ନିଲମ୍ବିତ କଲେଜ ଅଧ୍ୟକ୍ଷ
ଦିଲ୍ଲୀପ ଘୋଷ । ଜିଲ୍ଲାପାଳଙ୍କ ନିକଟରେ ସୁରକ୍ଷା ପାଇଁ ନିବେଦନ କରିଛନ୍ତି । ତଦନ୍ତରେ
ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ଦିଲ୍ଲୀପ ଘୋଷ । କାଲିଠୁ ମୁଁ ଜିଲ୍ଲାପାଳ ଅଫିସ୍ରେ
ରିପୋର୍ଟ କରିବି । ବଡ଼ ଘଟଣା, କାହାରି ମନରେ କଣ ଥିବ, ବିପଦ ଅଛି । ଯେହେତୁ
ତଦନ୍ତ ଚାଲିଛି, ସେଥିପାଇଁ ସୁରକ୍ଷା
ମାଗିଛି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା