ଧର୍ମଶାଳା,୧୩ ଜୁଲାଇ(ହି.ସ.) - ଯାଜପୁର ଜିଲା ଜେନାପୁର ଥାନା ଅଂଚଳରେ ଅଘଟଣ । ବଜ୍ରାଘାତରେ ଚାଲି ଗଲା ଚାଷୀଙ୍କ ଜୀବନ । ବିଲରେ କାମ କରୁଥିବା ସମୟରେ ହଠାତ୍ ବଜ୍ରାଘାତ ହେବାରୁ ଟଳି ପଡିଲେ ଚାଷୀ । ମୃତକ ଜଣକ ହେଲେ ଜେନାପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ପଂଚାୟତ ଚକ୍ରଧରପୁର ଗ୍ରାମର ଭାଗିରଥୀ ନାୟକ ବୋଲି ଜଣାପଡିଛି । ସେ ଆଜି ଅପରାହ୍ନରେ ବିଲରେ କାମ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ତାଙ୍କର ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ ଜେନାପୁର ପୋଲିସ ମୃତ ଦେହ ଜବତ କରି ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଥାନା ଅଧିକାରିଣୀ ନିରୂପମା ଜେନା ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ