ବିଲେଇ ମୁଣ୍ଡ ରୁ ଟିଣ ଦବା କାଢ଼ିଲେ ଆଗ୍ନିକ
ପୁରୀ, 13 ଜୁଲାଇ (ହି.ସ.)ଏସ ସି ଏସ କଲେଜ ନିକଟ ଫାର୍ଜନ ବେଗମଙ୍କ ଘରେ ଥିବା ଗୋଟିଏ ବିଲେଇ ଟିଣ ଡିବା ଭିତରୁ ଖାଦ୍ୟ ଖାଇବା ପାଇଁ ମୁଣ୍ଡ ପୁରାଇ ଥିଲା| ମୁଣ୍ଡ ଡିବା ଭିତରେ ପଶି ଯିବା ପରେ ଆଉ ବାହାରି ନ ଥିଲା| ବିଲେଇ ଟି ଘର ଭିତରେ ଏଣେ ତେଣେ ଧାଇଁ ଥିଲା | ଏହା ଦେଖି ବେଗମ ଅଗ୍ନିଶମ ଅଫିସ କୁ ଖବର ଦେଇଥିଲେ| ସଙ୍ଗେ ସଙ୍ଗେ ଅଗ୍ନିକମାନେ ଆସି ବିଲେଇ କୁ ଏକ ବୃତ୍ତାକାର ମୁହଁ ଥିବା ଜାଲ ରେ ଧରିଥିଲେ |ଜଣେ ଅଗ୍ନିକ ବିଲେଇ ମୁଣ୍ଡ ଡବା କୁ ଧରି ଝାଡ଼ି ଦେବାରେ ବିଲେଇ ମୁଣ୍ଡ ବାହାରି ଯାଇଥିଲା| ବିଲେଇ ଜୀବନ ବଞ୍ଚାଇ ଥିବାରୁ ବେଗମ ଦିଦି ସମେତ ସାହି ବାସିନ୍ଦା ଅଗ୍ନିକମାନଙ୍କୁ ଏହି ଜୀବନ ରକ୍ଷା କରି ଥିବାରୁ ଧନ୍ୟବାଦ ଦେଇଥିଲେ|
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ