ସ୍ୱର୍ଗତ ଶରତ ମିଶ୍ରଙ୍କ ୨୦ତମ ଶ୍ରଦ୍ଧାଞ୍ଜଳି ସମାରୋହରେ ଯୋଗଦେଲେ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, 13 ଜୁଲାଇ (ହି.ସ.)- ହିଞ୍ଜିଳିକାଟୁ ଠାରେ ସ୍ୱର୍ଗତ ଶରତ ମିଶ୍ରଙ୍କ ୨୦ତମ ଶ୍ରଦ୍ଧାଞ୍ଜଳି ସମାରୋହରେ ଯୋଗଦେଇ ତାଙ୍କର ଅମୂଲ୍ୟ ଯୋଗଦାନକୁ ସ୍ମରଣ କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ସେ ଭାରତୀୟ ଜନତା ପାର୍ଟିର
ସ୍ୱର୍ଗତ ଶରତ ମିଶ୍ରଙ୍କ     ୨୦ତମ ଶ୍ରଦ୍ଧାଞ୍ଜଳି ସମାରୋହରେ ଯୋଗଦେଲେ ଗୋକୁଳାନନ୍ଦ ମଲ୍ଲିକ


ଭୁବନେଶ୍ୱର, 13 ଜୁଲାଇ (ହି.ସ.)- ହିଞ୍ଜିଳିକାଟୁ

ଠାରେ ସ୍ୱର୍ଗତ ଶରତ ମିଶ୍ରଙ୍କ ୨୦ତମ ଶ୍ରଦ୍ଧାଞ୍ଜଳି ସମାରୋହରେ ଯୋଗଦେଇ ତାଙ୍କର ଅମୂଲ୍ୟ

ଯୋଗଦାନକୁ ସ୍ମରଣ କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି

ଯେ, ସେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଯୁବ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି

ଥିଲେ। ତାଙ୍କ ଆଦର୍ଶ ଓ ତ୍ୟାଗ ଆମକୁ ସର୍ବଦା ପ୍ରେରଣା ଦେଉଛି। ଏହି ଅବସରରେ ତାଙ୍କ ସମାଜ ଓ

ରାଜନୀତି ପ୍ରତି ଅସାଧାରଣ ସମର୍ପଣକୁ ମନେ ପକାଇଲୁ। ତାଙ୍କର ଦୂରଦୃଷ୍ଟି ଓ ନେତୃତ୍ୱ ଯୁବ

ସମାଜକୁ ସଂଗଠିତ କରି ରାଜ୍ୟରେ ପାର୍ଟିର ମୂଳଦୁଆକୁ ମଜବୁତ କରିଥିଲା। ତାଙ୍କ ଆଦର୍ଶ ଆଜି ମଧ୍ୟ

ଆମକୁ ସୁଶାସନ ଓ ସମାଜ ସେବା ପାଇଁ ପଥ ପ୍ରଦର୍ଶନ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande