ସଂଗୀତକାର ବେଣୁଧର ସ୍ୱାଇଁଙ୍କ ପରଲୋକରେ ଶୋକ
ଧର୍ମଶାଳା,୧୩ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଚହଟା ପଂଚାୟତ ଭାଲୁଖାଇ ଗ୍ରାମର ବିଶିଷ୍ଟ ସଂଗୀତକାର ବେଣୁଧର ସ୍ୱାଇଁ (୮୫)ଙ୍କ ଆଜି ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ,ପୁଅ ବୋହୂ, ନାତି ନାତୁଣୀ ଉପସ୍ଥିତ ଥିଲେ। କିଛି ମାସ ହେବ ବାର୍
ସଂଗୀତକାର ବେଣୁଧର ସ୍ୱାଇଁଙ୍କ ପରଲୋକରେ ଶୋକ


ଧର୍ମଶାଳା,୧୩ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଚହଟା ପଂଚାୟତ ଭାଲୁଖାଇ ଗ୍ରାମର ବିଶିଷ୍ଟ ସଂଗୀତକାର ବେଣୁଧର ସ୍ୱାଇଁ (୮୫)ଙ୍କ ଆଜି ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ,ପୁଅ ବୋହୂ, ନାତି ନାତୁଣୀ ଉପସ୍ଥିତ ଥିଲେ। କିଛି ମାସ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସେ ଜଣେ ଉଚ୍ଚକୋଟୀର ସଙ୍ଗୀତକାର ଓ ସଙ୍ଗୀତ ଶିକ୍ଷକ ଥିଲେ । ସଙ୍ଗୀତ ମାଧ୍ୟମରେ ତାଙ୍କୁ ମିଳିଛି ଅନେକ ଯଶ ଓ ଖ୍ୟାତି। ସଙ୍ଗୀତକୁ ସେ ନିଜର ବୃତି ଭାବରେ ଗ୍ରହଣ କରିଥିଲେ । ସେହି ନିଶା ତାଙ୍କୁ ଘାରିଥିଲା ଛାତ୍ର ଜୀବନରୁ। ଗରିବ ପିଲାମାନଙ୍କୁ ବିନା ଅର୍ଥରେ ସେ ସଙ୍ଗୀତ ଶିକ୍ଷା ଦେଉଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଶିଷ୍ଟ ଲୋକମାନେ ତାଙ୍କ ଶେଷ ଦର୍ଶନ କରିଥିଲେ। ଯୁବନେତା ମାନସ ରଞ୍ଜନ କର,ପ୍ରଭୁଦତ ଜେନା,ରାଜେଶ ପାଳ,ଜୀତେନ୍ଦ୍ର ରାଉତ, ପ୍ରମୋଦ କୁମାର ଜେନା,ଅଭୟ କୁମାର ରାଉତ, ଅଖିଳ କୁମାର ସ୍ୱାଇଁ, ତାପସ କୁମାର କର, ପ୍ରସନ୍ନ କୁମାର ପାଳ, ସତ୍ୟବ୍ରତ ନାୟକ ପ୍ରମୁଖ ସ୍ୱର୍ଗତ ସ୍ୱାଇଁଙ୍କ ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଥିଲେ । ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ବ୍ରାହ୍ମଣୀ ନଦୀ ତଟରେ ଶେଷକୃତ ସମ୍ପନ୍ନ କରାଯାଇଥିଲା। ବଡପୁଅ ଅରୁଣ କୁମାର ସ୍ୱାଇଁ ମୁଖଗ୍ନୀ ଦେଇଥିଲେ। ସାନପୁଅ କିଶୋର ଓ ଆଲୋକ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande