ରେଭେନ୍ସା ପିଜି ହଷ୍ଟେଲ୍‌ରେ ଝାଡ଼ାବାନ୍ତି ଘଟଣା, ଅସୁସ୍ଥ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 13 ଜୁଲାଇ (ହି.ସ.)- କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ପିଜି ହଷ୍ଟେଲର କିଛି ଛାତ୍ର ଝାଡ଼ାବାନ୍ତିରେ ଅସୁସ୍ଥ ହେବା ପରେ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ମେଡିକାଲ ଗସ୍ତ କରି ଅସୁସ୍ଥଙ୍‌କ ସ
ରେଭେନ୍ସା ପିଜି ହଷ୍ଟେଲ୍‌ରେ     ଝାଡ଼ାବାନ୍ତି ଘଟଣା, ଅସୁସ୍ଥ       ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 13 ଜୁଲାଇ (ହି.ସ.)- କଟକ

ରେଭେନ୍ସା ବିଶ୍ୱବିଦ୍ୟାଳୟର ପିଜି ହଷ୍ଟେଲର କିଛି ଛାତ୍ର ଝାଡ଼ାବାନ୍ତିରେ ଅସୁସ୍ଥ ହେବା ପରେ

ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ ମେଡିକାଲ ଗସ୍ତ କରି ଅସୁସ୍ଥଙ୍‌କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଉଚ୍ଚଶିକ୍ଷା

ମନ୍ତ୍ରୀ ଶ୍ରୀସୂର୍ଯ୍ୟବଂଶୀ, କଟକ ସାଂସଦ ଶ୍ରୀଭର୍ତ୍ତୃହରି ମହତାବ, କଟକ ସଦର ବିଧାୟକ ଶ୍ରୀପ୍ରକାଶ ଚନ୍ଦ୍ର ସେଠୀ, ନିଆଳି ବିଧାୟକ ଶ୍ରୀଛବି ମଲ୍ଲିକଙ୍କ ଉପସ୍ଥିତରେ ଅସୁସ୍ଥ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା

ପଚାରି ବୁଝିଛନ୍ତି ମନ୍ତ୍ରୀ।ସେମାନଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ

ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ସ୍ୱାସ୍ଥ୍ୟ

ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ରେଭେନ୍ସାରେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଉଛି

ଏବଂ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରାଣଧିନ ରହିଛି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande