ଭୁବନେଶ୍ୱର, 13 ଜୁଲାଇ (ହି.ସ)- ବାଲେଶ୍ବର ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ
ନବୀନ ପଟ୍ଟନାୟକ । ବିଶ୍ବବିଦ୍ୟାଳୟ କୁଳାଧିପତି ଭାବେ ଛାତ୍ରୀ ଜଣଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି
ଲେଖିଛନ୍ତି ନବୀନ । ପ୍ରିନ୍ସିପାଲଙ୍କଠାରୁ ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ
କିପରି ନ୍ୟାୟ ପାଇବାରୁ ବଞ୍ଚିତ କରାଗଲା । ମାସ ମାସ ଧରି ସେ ଭୟ ଏବଂ ଯନ୍ତ୍ରଣାରେ ବଞ୍ଚି ରହିଥିଲେ ।
ନିବେଦନ କରି, ସେ ଅନେକ ଉଚ୍ଚ
ପଦାଧିକାରୀଙ୍କୁ ଟ୍ୟାଗ୍ କରିଥିଲେ । ଶେଷ ପ୍ରୟାସ ବିଫଳ ହେବାରୁ ପ୍ରିନ୍ସିପାଲଙ୍କ ଚାମ୍ବର
ବାହାରେ ଆତ୍ମାହୁତି ଉଦ୍ୟମ କଲେ । ଛାତ୍ରୀଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରଭୁ ଜଗନ୍ନାଥଙ୍କ
ନିକଟରେ ପ୍ରାର୍ଥନା କରୁଛି ବୋଲି ସୋସିଆଲ ମିଡିଆରେ କାମନା ନବୀନ ପଟ୍ଟନାୟକ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା