ଭୁବନେଶ୍ୱର, 13 ଜୁଲାଇ (ହି.ସ.)- ଏକା ସାଙ୍ଗରେ
ରାସ୍ତାକୁ ଓଲ୍ହାଇଲେ ବିରୋଧୀ ଛାତ୍ର ସଂଗଠନ । ଯାହାକୁ ନେଇ ନାକେଦମ ପୋଲିସ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଘର ଘେରାଉ ବେଳେ ଛାତ୍ର
କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ । ସେପଟେ ହଠାତ 100 ରୁ ଅଧିକ ଛାତ୍ର ବିଜେଡି ନେତା
ମାଡି ଆସି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲେ । ପୋଲିସ ଏଜି ଛକରେ ଅଟକାଇବା ବେଳେ ବ୍ୟାରିକେଡ
ଭାଙ୍ଗି ପଶିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ବାସଭବନ ଆଗରୁ 20ରୁ ଅଧିକ
କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । ସେପଟେ
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିଜୁ ଛାତ୍ର ଜନତା ଦଳ ଓ ପୋଲିସ ମୁହାଁ ମୁହିଁ ହୋଇଛନ୍ତି । ବ୍ୟାରିକେଟ
ଭାଙ୍ଗିବାକୁ ଉଦ୍ୟମ ବେଳେ ବିଜେଡି ଛାତ୍ର ନେତାଙ୍କୁ ଉଠାଇ ନେଇଛି ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା