ଭୁବନେଶ୍ୱର, 13 ଜୁଲାଇ
(ହି.ସ)- ବାଲେଶ୍ବର ଏମଏଫକଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ୩ ଜଣିଆ ଉଚ୍ଚସ୍ତରୀୟ ତଦନ୍ତ ଟିମ୍ ବାଲେଶ୍ବର
ଯାଇଛନ୍ତି । ତଦନ୍ତ ରିପୋର୍ଟ ଆସିଲେ ଆକ୍ସନ୍ ନିଆଯିବ । କଠୋର ପଦକ୍ଷେପ ନେବାରେ ଅବହେଳା
କରାଯିବ ନାହିଁ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା