ବିଂଝାରପୁରଠାରେ ଚାରାରୋପଣ କାର୍ଯ୍ୟକ୍ରମ
ଧର୍ମଶାଳା,୧୩ ଜୁଲାଇ(ହି.ସ.) - ବନମହୋତ୍ସବ ସପ୍ତାହ ଅବସରରେ ବିିଭିନ୍ନ ସ୍ଥାନରେ ଚାରାରୋପଣ କାର୍ଯ୍ୟକ୍ରମ ଜାରି ରହିଛି । ଏହି କ୍ରମରେ ଭାଜାପା ପକ୍ଷରୁ ଆଜି ଯାଜପୁର ଜିଲା ବିଂଝାରପୁର ବରପଦାଠାରେ ‘ଏକ ପେଡ୍ ମା’ କେ ନାମ’ ଅଭିଯାନରେ ଚାରାରୋପଣ କରାଯାଇଛି । କାର୍ଯ୍ୟକ୍ରମରେ ଅତିଥିଭାବେ ଯାଜପୁର ସାଂସଦ
ବିଂଝାରପୁରଠାରେ ଚାରାରୋପଣ କାର୍ଯ୍ୟକ୍ରମ


ଧର୍ମଶାଳା,୧୩ ଜୁଲାଇ(ହି.ସ.) - ବନମହୋତ୍ସବ ସପ୍ତାହ ଅବସରରେ ବିିଭିନ୍ନ ସ୍ଥାନରେ ଚାରାରୋପଣ କାର୍ଯ୍ୟକ୍ରମ ଜାରି ରହିଛି । ଏହି କ୍ରମରେ ଭାଜାପା ପକ୍ଷରୁ ଆଜି ଯାଜପୁର ଜିଲା ବିଂଝାରପୁର ବରପଦାଠାରେ ‘ଏକ ପେଡ୍ ମା’ କେ ନାମ’ ଅଭିଯାନରେ ଚାରାରୋପଣ କରାଯାଇଛି । କାର୍ଯ୍ୟକ୍ରମରେ ଅତିଥିଭାବେ ଯାଜପୁର ସାଂସଦ ଡ. ରିବନ୍ଦ୍ର ନାରାୟଣ ବେହେରା ଯୋଗ ଦେଇ ଅଂଚଳର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମରେ ବିଂଝାରପୁର ନେତ୍ରୀ ବବିତା ମଲ୍ଲିକଙ୍କ ସମେତ ବହୁ ଦଳୀୟ କର୍ମକର୍ତା ସାମିଲ ହୋଇ ଚାରାରୋପଣ କରିଥିଲେ । ପରେ ସାଂସଦ ବିଂଝାରପୁରର ଅଲୌକିକ ଶୈବପୀଠ ବାବା ବରୁଣେଶ୍ୱରଙ୍କ ପୀଠକୁ ଯାଇ ଦର୍ଶନ କରିବା ସହ ବାବା ସଚ୍ଚିଦାନନ୍ଦ ମହାରାଜଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ପୀଠର ବିକାଶ ନିମନ୍ତେ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande