ଲକ୍ଷ୍ନୌ, ୧୩ ଜୁଲାଇ (ହି.ସ.)- ଉତ୍ତର ପ୍ରଦେଶରେ ପ୍ରବଳ
ବର୍ଷା ଏବଂ ବଜ୍ରପାତ ଲୋକଙ୍କ ପାଇଁ ସମସ୍ୟା ପାଲଟିଛି। ଏହା ସହିତ ବର୍ଷାରେ ସାପ କାମୁଡ଼ାର
ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ଗତ ୨୪ ଘଣ୍ଟାରେ ଉତ୍ତର ପ୍ରଦେଶରେ ବିଭିନ୍ନ ପ୍ରାକୃତିକ
ବିପର୍ଯ୍ୟୟରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ଲକ୍ଷ୍ନୌ ଦ୍ୱାରା
ଦିଆଯାଇଥିବା ସୂଚନା ଅନୁଯାୟୀ,
ଗତ ୨୪ ଘଣ୍ଟାରେ
ଜୌନପୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ବଜ୍ରପାତ ଯୋଗୁଁ ହୋଇଛି। ରାୟବରେଲି ଜିଲ୍ଲାରେ ଜଣେ
ବ୍ୟକ୍ତିଙ୍କ ମୃତ୍ୟୁ ବଜ୍ରପାତ ଯୋଗୁଁ ହୋଇଛି। ଚନ୍ଦୌଲି ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ବଜ୍ରପାତ
ଯୋଗୁଁ ହୋଇଛି ଏବଂ ସାପ କାମୁଡ଼ା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଚିତ୍ରକୂଟ
ଜିଲ୍ଲାରେ ଦୁଇ ଜଣଙ୍କ ମୃତ୍ୟୁ ପାଣିରେ ବୁଡ଼ି ହୋଇଛି। ପ୍ରତାପଗଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
ସାପ କାମୁଡ଼ା ଯୋଗୁଁ ହୋଇଛି। ଗୋରଖପୁର ଜିଲ୍ଲାରେ ବଜ୍ରପାତ ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ହୋଇଛି।
ଗାଜିପୁର ଜିଲ୍ଲାରେ ସାପ କାମୁଡ଼ା ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ବାନ୍ଦା ଜିଲ୍ଲାରେ ବୁଡ଼ିଯିବାରୁ
ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। କୁଶିନଗର ଜିଲ୍ଲାରେ ବଜ୍ରପାତ ଯୋଗୁଁ ଜଣଙ୍କର ମୃତ୍ୟୁ
ହୋଇଛି। କାନପୁର ଦେହାତ ଜିଲ୍ଲାରେ ମଧ୍ୟ ଜଣଙ୍କର ମୃତ୍ୟୁ ବଜ୍ରପାତ ଯୋଗୁଁ ହୋଇଛି। କାର୍ଯ୍ୟାଳୟ
ଅନୁଯାୟୀଏହି ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରେ ମୃତକଙ୍କ
ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା