ପ୍ରତିବନ୍ଧିତ ସଙ୍ଗଠନ ଉଲଫାର ଚାରି ସହଯୋଗୀ ଗିରଫ
ଚରାଇଦେବ, 14 ଜୁଲାଇ (ହି.ସ.)- ଚରାଇଦେବ ଜିଲ୍ଲାରେ ନିଷିଦ୍ଧ ସଂଗଠନ ୟୁନାଇଟେଡ୍ ଲିବେରେସନ୍ ଫ୍ରଣ୍ଟ ଅଫ ଅସମ୍ ସ୍ୱାଧୀନ ବିରୋଧରେ ଅଭିଯାନ ଜୋରଦାର କରାଯାଇଛି। ସୋମବାର ସୋନାରୀ ପୋଲିସ୍ ଉଲ୍ଫା (ସ୍ୱ.) ସଂଗଠନ ସହ ସଂପୃକ୍ତ ଆଉ ଚାରି ଜଣ ସହଯୋଗୀଙ୍କୁ ଗିରଫ କରିଛି। ପୋ
ପ୍ରତିବନ୍ଧିତ ସଙ୍ଗଠନ     ଉଲଫାର ଚାରି ସହଯୋଗୀ ଗିରଫ


ଚରାଇଦେବ, 14 ଜୁଲାଇ (ହି.ସ.)- ଚରାଇଦେବ

ଜିଲ୍ଲାରେ ନିଷିଦ୍ଧ ସଂଗଠନ ୟୁନାଇଟେଡ୍ ଲିବେରେସନ୍ ଫ୍ରଣ୍ଟ ଅଫ ଅସମ୍ ସ୍ୱାଧୀନ ବିରୋଧରେ

ଅଭିଯାନ ଜୋରଦାର କରାଯାଇଛି। ସୋମବାର ସୋନାରୀ ପୋଲିସ୍ ଉଲ୍ଫା (ସ୍ୱ.) ସଂଗଠନ ସହ ସଂପୃକ୍ତ ଆଉ

ଚାରି ଜଣ ସହଯୋଗୀଙ୍କୁ ଗିରଫ କରିଛି।

ପୋଲିସ୍ ଅଧିକାରୀ ସୂଚନା

ଦେଇଛନ୍ତି ଯେ ସମ୍ପ୍ରତି ଗିରଫ ହୋଇଥିବା ଜଣେ ସହଯୋଗୀଙ୍କ ସ୍ୱୀକାରୋକ୍ତି ଆଧାରରେ ଚରାଇଦେବ

ଜିଲ୍ଲା ପୋଲିସ୍ ଗ୍ୱୌହାଟିର ଜାଲୁକବାରୀର ଆସିମ ଅଧିକାରୀ, ଦରଙ୍ଗ ଜିଲ୍ଲାର ସିପାଝାର ସହରର ଧର୍ମେନ୍ଦ୍ର ଡେକା, ଉଦାଲଗୁରିର ଧ୍ରୁବଜ୍ୟୋତି ବୈଶ୍ୟ ଓ ବଲେନ୍ ଡେକାଙ୍କୁ ଗିରଫ କରିଛି।

ସମସ୍ତଙ୍କୁ ସୋନାରୀ ଥାନାରେ ରଖି ପଚାରାଉଚାର କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande