ସଂଜୀବ କୁମାର
ଛିନ୍ଦୱାଡା, 14 ଜୁଲାଇ (ହି.ସ)- ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରୁ
ପ୍ରାୟ ୫୪ କିଲୋମିଟର ଦୂରରେ ପ୍ରକୃତିର କୋଳରେ ଅବସ୍ଥିତ ଏକଲବ୍ୟ ଆଦର୍ଶ ଆବାସୀୟ ବିଦ୍ୟାଳୟ,
ତାମିଆ
ଆଦିବାସୀ ଶିଶୁମାନଙ୍କର ଭବିଷ୍ୟତକୁ ଦେଉଛି ରୂପ । ଅନ୍ୟ ଶବ୍ଦରେ କହିଲେ,
ଏହି
ବିଦ୍ୟାଳୟ ଆଦିବାସୀ ଶିଶୁମାନଙ୍କ ରୂପି ଅଗଢା ପଥରକୁ, ଘସି ‘ହୀରା’
ବନାଉଛି।
ଏହି ବିଦ୍ୟାଳୟ ନରେନ୍ଦ୍ର ମୋଦୀ ସରକାରଙ୍କ ‘ଶିକ୍ଷା ଦ୍ୱାରା
ସଶକ୍ତିକରଣ’ ଚିନ୍ତାଧାରାର ଏକ ଉତ୍ତମ ପ୍ରମାଣ ଅଟେ,
ଯାହା
ମାଧ୍ୟମରେ ବିଶେଷତଃ ଜନଜାତି ସମୁଦାୟର ଶିଶୁମାନଙ୍କୁ ଗୁଣବତାପୂର୍ଣ୍ଣ ଶିକ୍ଷା ମିଳିପାରୁଛି ।
ବିଦ୍ୟାଳୟର ପ୍ରାଚାର୍ଯ୍ୟ ରାକେଶ କୁଶବାହାଙ୍କ ଅନୁସାରେ,
ଏକଲବ୍ୟ
ଆଦର୍ଶ ଆବାସୀୟ ବିଦ୍ୟାଳୟ, ତାମିଆରେ ଶ୍ରେଣୀ 6 ରୁ 12 ପର୍ଯ୍ୟନ୍ତ ଶିକ୍ଷା
ଦିଆଯାଏ। ଏଠାରେ ଛାତ୍ରଛାତ୍ରୀମାନଙ୍କୁ ଆବାସ, ଖାଦ୍ୟ,
ସ୍ୱାସ୍ଥ୍ୟ
ସେବା, ପୁସ୍ତକ ଓ ଷ୍ଟେସନାରୀ ଭଳି ସମସ୍ତ ସୁବିଧା ସମ୍ପୂର୍ଣ୍ଣ ଭାବରେ
ନି:ଶୁଳ୍କ ଭାବେ ଉପଲବ୍ଧ କରାଯାଉଛି। ତାମିଆର ଏକଲବ୍ୟ ଆଦର୍ଶ ଆବାସୀୟ ବିଦ୍ୟାଳୟ ଆଦିବାସୀ
ଶିଶୁମାନଙ୍କୁ କେବଳ ନିଶୁଳ୍କ ଶିକ୍ଷା, ଆବାସ ଓ ଭୋଜନ ସୁବିଧା ଦେଉନାହିଁ ବରଂ,
ସମସ୍ତ
ଖେଳ ଓ କଳା ବିଷୟରେ (ଚିତ୍ରକଳା, ସଙ୍ଗୀତ,
ନାଟ୍ୟକଳା)
ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି।
ସଂକ୍ଷେପରେ କହିବାକୁ ଗଲେ, ଏଠାରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ
ବିକାଶ ଉପରେ ବିଶେଷ ଜୋର ଦିଆଯାଉଛି, ଯାହା ଦ୍ୱାରା ସେମାନେ ସହଜରେ
ମୁଖ୍ୟଧାରାରେ ସାମିଲ ହୋଇପାରିବେ। ଆଖପାଖରେ ଥିବା ଆଦିବାସୀ ଅଞ୍ଚଳର ଶିଶୁମାନଙ୍କ ପାଇଁ ଏହି
ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ତାମିଆ ଏକ ଆଶୀର୍ବାଦ ସଦୃଶ। ବିଶେଷ କଥା
ହେଉଛି, ଏହି ବିଦ୍ୟାଳୟରେ ଭର୍ତ୍ତି ପାଇଁ ମେରିଟ୍ ଆଧାରିତ ଭର୍ତ୍ତି ପରୀକ୍ଷା
ଆୟୋଜନ କରାଯାଏ, ଯାହା ଦ୍ୱାରା ଯୋଗ୍ୟ ଓ ମେଧାବୀ ଜନଜାତି ଶିଶୁମାନେ ସୁଯୋଗ
ପାଇପାରନ୍ତି।
ଏହି ବିଦ୍ୟାଳୟର ଲକ୍ଷ୍ୟ ହେଉଛି ଜନଜାତି ଶିଶୁମାନଙ୍କୁ କେବଳ ଶିକ୍ଷାରେ ନୁହେଁ,
ବରଂ
ସାମାଜିକ ଓ ସାଂସ୍କୃତିକ ଭାବେ ମଧ୍ୟ ସଶକ୍ତ କରିବା । ନିକଟରେ ତାମିଆର ଏକଲବ୍ୟ ଆଦର୍ଶ ଆବାସୀୟ
ବିଦ୍ୟାଳୟର ଚାରିଜଣ ମେଧାବୀ ଛାତ୍ର ଜେଇଇ ମେନରେ ଚୟନ ହୋଇଛନ୍ତି,
ଯାହା
ଦ୍ୱାରା ସମଗ୍ର ବିଦ୍ୟାଳୟରେ ଖୁସିର ପରିବେଶ ରହିଛି। ଏକଲବ୍ୟ ବିଦ୍ୟାଳୟର ଟିମ୍ ବର୍ତ୍ତମାନ ଜେଇଇ
ଆଡଭାନ୍ସପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛି।
ରାକେଶ କୁଶବାହା କହିଛନ୍ତି ଯେ ଜେଇଇଆଡଭାନ୍ସରେ ଭଲ ରାଙ୍କ
ପାଇଁ ତିନୋଟି ବିଷୟ (ଗଣିତ, ଭୌତିକ ଓ ରସାୟନ) ରେ ଭଲ ଅଂକ ଆଣିବାକୁ ପଡିଥାଏ।
ଜେଇଇ ମେନ୍ସରେ ଚୟନ ହେଲାପରେ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସ୍ତରୀୟ କଲେଜ୍ଗୁଡ଼ିକୁ ମିଳିଥାଏ
। ଜେଇଇଆଡଭାନ୍ସରେ ଚୟନ ହେବା ପରେ, ଛାତ୍ରଛାତ୍ରୀମାନେ ଦେଶର
ଶ୍ରେଷ୍ଠ ଶିକ୍ଷା ପ୍ରତିଷ୍ଠାନ, ଯେପରିକି ଆଇଆଇଟିରେ ଭର୍ତ୍ତି ହେବାର
ସୁଯୋଗ ପାଆନ୍ତି। ଏକଲବ୍ୟ ବିଦ୍ୟାଳୟର ଏହି ସଫଳତା ଦ୍ୱାରା ବିଦ୍ୟାଳୟର ନାମ ଶ୍ରେଷ୍ଠ ଶିକ୍ଷା
ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଗଣାଯାଉଛି ।
ତାମିଆ ତ ଏକଲବ୍ୟ ଆଦର୍ଶ ଆବାସୀୟ ବିଦ୍ୟାଳୟ ବର୍ତ୍ତମାନ ଜେଇଇ ଓ ନିଟପାଇଁ ସାରାଦେଶରେ
ଆକର୍ଷଣର କେନ୍ଦ୍ର ପାଲଟିଛି। ଏହି ବିଦ୍ୟାଳୟରୁ ନିକଟରେ ନିଟପରୀକ୍ଷାରେ
ଅଂଶଗ୍ରହଣ କରିଥିବା ୬୭ ଜଣ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୫୭ ଜଣ ଚୟନ ହୋଇଛନ୍ତି। ଏଥିପାଇଁ
ଜନଜାତି ବିକାଶ ବିଭାଗ, ଛିନ୍ଦୱାଡ଼ାର ସହାୟକ ଆୟୁକ୍ତ
ସତ୍ୟେନ୍ଦ୍ର ସିଂହ ମର୍କାମ କହିଛନ୍ତି, “ଏକଲବ୍ୟ ବିଦ୍ୟାଳୟର ଶିକ୍ଷକ ଟିମ୍ ଓ
ଛାତ୍ରଛାତ୍ରୀଙ୍କର ପରିଶ୍ରମ ଏବଂ ଉଦ୍ଭାବନ କାରଣରୁ ଏହି ସଫଳତା ସମ୍ଭବ ହୋଇଛି। ଏହା ବାସ୍ତବରେ
ଆମ ପାଇଁ ଗର୍ବର କ୍ଷଣ ଅଟେ, ଏଠାର ଛାତ୍ରଛାତ୍ରୀଙ୍କର ସଫଳତା ଅନ୍ୟ
ଛାତ୍ରମାନଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିବ ।” ଏକଲବ୍ୟ ଆଦର୍ଶ ଆବାସୀୟ
ବିଦ୍ୟାଳୟ ଯୋଜନା ଅନ୍ତର୍ଗତ, ଆଦିବାସୀ ଶିଶୁମାନଙ୍କୁ ସେମାନଙ୍କର ନିଜ ବାତାବରଣରେ
ଶ୍ରେଣୀ 6 ରୁ 12 ପର୍ଯ୍ୟନ୍ତ ଗୁଣବତାପୂର୍ଣ୍ଣ ଶିକ୍ଷା
ପ୍ରଦାନ କରାଯାଉଛି।
ଏଠାରେ ସୂଚନାଯୋଗ୍ୟ ଯେ, ଆଦିବାସୀ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ
ଗଢ଼ିବା ପାଇଁ କେନ୍ଦ୍ରୀୟ ଜନଜାତି କାର୍ଯ୍ୟ ମନ୍ତ୍ରାଳୟ ସମ୍ପୂର୍ଣ୍ଣ ଦେଶରେ ୭୨୮ ଟି ଏକଲବ୍ୟ
ଆଦର୍ଶ ଆବାସୀୟ ବିଦ୍ୟାଳୟସ୍ଥାପନ କରିବା ଲକ୍ଷ୍ୟ ନିର୍ଦ୍ଧାରିତ
କରିଛି, ଯାହା ଦ୍ୱାରା ପ୍ରାୟ ୩.୫ ଲକ୍ଷ ଜନଜାତି ଛାତ୍ରଛାତ୍ରୀ ଲାଭାନ୍ବିତ
ହେବେ।
ପ୍ରାଚାର୍ଯ୍ୟ ରାକେଶ କୁଶବାହା କହିଛନ୍ତି ଯେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ କେବଳ ଆଦିବାସୀ
ବହୁଳ ଅଞ୍ଚଳରେ ହିଁ ସ୍ଥାପିତ କରାଯାଏ। ବିଶେଷକରି ଏଭଳି ଅଞ୍ଚଳଗୁଡ଼ିକୁ ବଛାଯାଏ,
ଯେଉଁଠାରେ
୫୦% ଠାରୁ ଅଧିକ ଜନସଂଖ୍ୟା ଆଦିବାସୀ ହୋଇଥାଏ କିମ୍ବା ଯେଉଁଠାରେ ଆଦିବାସୀ ଜନସଂଖ୍ୟା ୨୦,୦୦୦ ଠାରୁ ଅଧିକ ଥାଏ।
ଏପରି ଅଞ୍ଚଳଗୁଡ଼ିକରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହଯୋଗରେ ଏହି ବିଦ୍ୟାଳୟଗୁଡ଼ିକୁ ଚଳାଯାଏ,
ଯେଉଁଠାରେ
ଛାତ୍ରଛାତ୍ରୀମାନେ ସମସ୍ତ ଆବଶ୍ୟକ ସୁବିଧା ନିଶୁଳ୍କ ଭାବେ ପାଆନ୍ତି।
ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଲକ୍ଷ୍ୟ କେବଳ ଆଦିବାସୀ ଶିଶୁମାନେ ପାଇଁ ଗୁଣବତାପୂର୍ଣ୍ଣ ଶିକ୍ଷା
ପ୍ରଦାନ କରିବା ନୁହେଁ, ବରଂ ସେମାନଙ୍କୁ ପ୍ରତିଯୋଗିତାମୂଳକ
ପରୀକ୍ଷାଗୁଡ଼ିକ ପାଇଁ ବି ପ୍ରସ୍ତୁତ କରିବା ଅଟେ, ଯାହା ଦ୍ୱାରା ଆଦିବାସୀ
ଛାତ୍ରଛାତ୍ରୀମାନେ ମୁଖ୍ୟଧାରାରେ ସାମିଲ ହୋଇପାରିବେ।
ଏହି ଆବାସୀୟ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ପାଇଁ ସମସ୍ତ ଆବଶ୍ୟକ ସୁବିଧା ଉପଲବ୍ଧ
କରାଯାଉଛି, ଯେଉଁଥିରେ ଆବାସ, ଭୋଜନ, ପୁସ୍ତକ ଓ ଷ୍ଟେସନାରୀ,
ସ୍କୁଲ୍
ଡ୍ରେସ୍, ପ୍ରୟୋଗଶାଳା, ପୁସ୍ତକାଳୟ ଓ ଖେଳ ସୁବିଧା ଅନ୍ତର୍ଭୁକ୍ତ
ଅଟେ। କେବଳ ଏତିକି ନୁହେଁ, ଏଠାରେ ବର୍ତ୍ତମାନ ଟେକ୍ନୋଲୋଜି ଶିକ୍ଷା,
ସ୍ମାର୍ଟ
କ୍ଲାସ୍ ଓ ଏ.ଆଇ. ଆଧାରିତ କମ୍ପ୍ୟୁଟର ଲ୍ୟାବ୍ ମଧ୍ୟ ଆରମ୍ଭ ହୋଇଯାଇଛି। ସରକାରର ଚେଷ୍ଟା ହେଉଛି
ଯେ, ଆଦିବାସୀ ଶିଶୁମାନେ ତାଙ୍କ ସ୍ୱପ୍ନ ପୂରଣ କରିବାରେ କୌଣସି ଅଭାବ
ଅନୁଭବ ନକରନ୍ତୁ। ଏଠାରେ ଅନେକ ଛାତ୍ରଛାତ୍ରୀ ଅଛନ୍ତି, ଯେଉଁମାନେ ଡାକ୍ତର ହୋଇ
ଦେଶବାସୀଙ୍କୁ, ବିଶେଷକରି ଆଦିବାସୀ ସମାଜକୁ, ସେବା କରିବାକୁ
ଚାହାଁନ୍ତି। କେହି ଇଞ୍ଜିନିୟର ହେବାକୁ ଚାହାଁନ୍ତି, ତେବେ କେହି ନିଜ ଅଞ୍ଚଳର
କୃଷି ପାଇଁ ଗବେଷଣା କରିବାକୁ ଚାହାଁନ୍ତି। ଶିକ୍ଷା ପ୍ରତି ଏହି ଜନଜାତି ଶିଶୁମାନଙ୍କର
ଆତ୍ମବିଶ୍ୱାସ ଓ ଉତ୍ସାହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସଙ୍କେତ ଦେଉଛି। ଯେପରିକି ଏହି
ବିଦ୍ୟାଳୟରେ ଆଦିବାସୀ ଶିଶୁମାନେ ତାଙ୍କ ସ୍ୱପ୍ନ ପୂରଣ ପାଇଁ ପ୍ରୋତ୍ସାହିତ ହେଉଛନ୍ତି,
ଏହା
ନିଶ୍ଚିତ ଭାବେ ଏକ ଉତ୍ତମ ଆରମ୍ଭ ଅଟେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା