ରାଜସ୍ବ ଅମଲା ସଂଘର ଆନ୍ଦୋଳନ ସାମୟିକ ଭାବେ କେନ୍ଦୁଝର ଜିଲ୍ଲାରେ ସ୍ଥଗିତ
କେନ୍ଦୁଝର, 14 ଜୁଲାଇ (ହି.ସ.) ରାଜ୍ୟ ରାଜସ୍ବ ଅମଲା ସଂଘର କୋର କମିଟି ବୈଠକ ଭୁବନେଶ୍ବର ବ୍ଲକ କନଫେରେନସ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟ ସଂଘର ସଭାପତି ଓ ସାଧାରଣ ସଂପାଦକଙ୍କ ସହିତ ୩୦ ଗୋଟି ଜିଲ୍ଲାର ଜିଲ୍ଲା ସଭାପତି , ସଂପାଦକଙ୍କ ସମେତ ରାଜ୍ୟ ସଂଘର ସମସ୍ତ କର୍ମକର୍ତାମାନେ ଯ
ରାଜସ୍ବ ଅମଲା ସଂଘର ଆନ୍ଦୋଳନ ସାମୟିକ ଭାବେ କେନ୍ଦୁଝର ଜିଲ୍ଲାରେ ସ୍ଥଗିତ


କେନ୍ଦୁଝର, 14 ଜୁଲାଇ (ହି.ସ.) ରାଜ୍ୟ ରାଜସ୍ବ ଅମଲା ସଂଘର କୋର କମିଟି ବୈଠକ ଭୁବନେଶ୍ବର ବ୍ଲକ କନଫେରେନସ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟ ସଂଘର ସଭାପତି ଓ ସାଧାରଣ ସଂପାଦକଙ୍କ ସହିତ ୩୦ ଗୋଟି ଜିଲ୍ଲାର ଜିଲ୍ଲା ସଭାପତି , ସଂପାଦକଙ୍କ ସମେତ ରାଜ୍ୟ ସଂଘର ସମସ୍ତ କର୍ମକର୍ତାମାନେ ଯୋଗଦାନ କରିଥିଲେ ।

ବୈଠକରେ ୭ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ ଏବଂ ୧୪ ତାରିଖ ଠାରୁ କଲମଛାଡ ଆନ୍ଦୋଳନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯିବା ସହିତ ଗତ ୦୯/୦୭/୨୦୨୫ ରିଖ ସଂଘର ନେତୃତ୍ବ , ରାଜସ୍ବମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ସହିତ ଆଲୋଚନାର ବିଷୟବସ୍ତୁ ଉପରେ ବିସୃତଭାବେ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାର ଦାବୀପୁରଣ ପ୍ରତି ଶତପ୍ରତିଶତ ଚେଷ୍ଟିତ ଅଛନ୍ତି ଏବଂ ସରକାର ୧୫ ଦିନ ସମୟ ମହଲତ ଚାହୁଁଥିବାରୁ ସର୍ବସମ୍ମତି କ୍ରମେ ବୈଠକରେ ନିଷ୍ପତ୍ତି ନିଆଗଲା କି ପୁର୍ବନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ତା ୧୪/୦୭/୨୦୨୫ ରିଖରେ ହେବାକୁ ଥିବା ସମୁହ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଆସନ୍ତା ତା ୦୮/୦୮/୨୦୨୫ ରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା । ଏହି ସମୟ ଅବଧି ମଧ୍ୟରେ ରାଜ୍ୟ ସରକାର ଯଦି ଦାବି ପୁରଣ ନ କରନ୍ତି ତେବେ ଆସନ୍ତା ତା ୧୧/୦୮/୨୦୨୫ ରିଖ ଠାରୁ ପୁନର୍ବାର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ରାଜ୍ୟ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି ।ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ରଶ୍ମିରଜ୍ଞନ ମହାନ୍ତି , ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସନ୍ତୋଷ କୁମାର ରଣା, ଗୌରାଙ୍ଗ ଚରଣ ଜେନା, ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର, ଜିଲ୍ଲା ସଂଘର ଉପଦେଷ୍ଠା ବିଚିତ୍ରାନନ୍ଦ ରାଉତ, ଭୁବନେଶ୍ବର ମହାପାତ୍ରଙ୍କ ସମେତ ଅନ୍ୟ ସହକର୍ମ1 ଉକ୍ତ ବୈଠକରେ ଉପସ୍ଥିତ ଥିଲେ।

ଆଜି ଏହି ଆନ୍ଦୋଳନ ଜିଲ୍ଲାରେ ସ୍ଥଗିତ ନେଇ ଜିଲ୍ଲା ସଭାପତି ଜିତେନ୍ଦ୍ର ମହାପାତ୍ର ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande